ବିଦ୍ୟୁତ୍‌ ଆଘାତରେ ଛାତ୍ରଙ୍କ ମୃତ୍ୟୁ

ଛତିଆ: ବିଦ୍ୟୁତ୍‌ ଆଘାତରେ ଜଣେ ୧୪ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ବୈରୀ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର କ୍ଷୀରୋଦ ପରିଡ଼ା (୧୪) ଓରଫ ରିଣ୍ଟୁ। ସେ ଭାଗୀରଥି ପରିଡ଼ାଙ୍କ ପୁଅ। ସେ ଘରେ ହିଟର ସଜାଡୁଥିଲାବେଳେ ସଂସ୍ପର୍ଶରେ ଆସିଯିବାରୁ ଜୋର୍‌ରେ ଝଟ୍‌କା ଖାଇ ଗୁରୁତର ହୋଇଥିଲେ। ତାଙ୍କୁ ବଡ଼ଚଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ବୈରୀ ଥାନାରେ ୪/୧୮ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି। ରିଣ୍ଟୁ ବୈରୀ ସରସ୍ୱତୀ ଶିଶୁମନ୍ଦିରରେ ନବମ ଶେଣୀରେ ପଢ଼ୁଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ବୈରୀ ସରପଞ୍ଚ ବିଷ୍ଣୁପ୍ରିୟା ସାହୁ, ସମିତି ସଭ୍ୟ କ୍ଷିତୀଶ ନାୟକ, ଦୀପକ ସ୍ୱାଇଁ ଓ ଡମ୍ବରୁଧର ରାଉତ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର