କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ ଖରଡ଼ି ପଞ୍ଚାୟତ ବରଡ଼ି ଗ‌ାଁରେ ଏକ ବଡ଼ ଶିମିଳି ଗଛ ଉପୁଡ଼ି ପଡ଼ିବାରୁ ୨ ଶହ ବର୍ଷର ତାରିଣୀ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୨୫ ଫୁଟ ଉଚ୍ଚତା ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମନ୍ଦିରକୁ ଲାଗିକରି ଥିବା ଶତାଧିକ ବର୍ଷର ଏକ ବଡ଼ ଅଶ୍ବତ୍‌ଥ ଗଛର ଚେର ଭୂମିକୁ ଫଟାଇ ଦେବାରୁ ଆଜି ଅପରାହ୍ଣ ସାଢ଼େ ୨ଟା ସମୟରେ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ସଂଲଗ୍ନ ଶିମିଳି ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯାଇଥିଲା। ଏଥିରେ ୧୨ ରୁ ୧୫ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି।

Advertisment

ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପରିସ୍ଥିତି ଏପରି ହୋଇଛି ଯେ, ତାରିଣୀ ବିଗ୍ରହଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଅନିବାର୍ଯ୍ୟ ହୋଇପଡ଼ିଛି। ଯଥାଶୀଘ୍ର ଠାକୁରାଣୀଙ୍କ ପୂଜାନୀତି ପାଇଁ ଗ୍ରାମବାସୀ ଓ ମନ୍ଦିର କମିଟି ପକ୍ଷରୁ ‌ବୈଠକ ଆହ୍ବାନ କରାଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ପାଖରେ ଥିବା ଶିବ ମନ୍ଦିର ପରିସରକୁ ବିଗ୍ରହ ସ୍ଥାନାନ୍ତର ଯୋଜନା କରାଯାଉଥିବା ନେଇ ପୂଜକ ମହେଶ୍ବର କର, ଗ୍ରାମବାସୀଙ୍କ ପକ୍ଷରୁ ସ୍ବୟଂଜିତ ଦାସସାମନ୍ତ, ସନ୍ତୋଷ କୁମାର ଧୀର, ରଞ୍ଜନ କୁମାର ଦାସ, ସନାତନ ଦାସ, ସୌଭାଗ୍ୟ ରଞ୍ଜନ ଦାସ, ପ୍ରଣୟ ଦାସସାମନ୍ତ, ଅକ୍ଷୟ କୁମାର ବାରିକ ପ୍ରମୁଖଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି।