କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଦେଓଗାଁ ମୌଜା ଅନ୍ତର୍ଗତ କଙ୍କଡ଼ାଗୋଡ଼ି ବସ୍ତିର ଜନୈକ ୬ଷ୍ଠ ଶ୍ରେଣୀ ଛାତ୍ରର ବିବାହ ସ୍ଥିରୀକୃତ ହୋଇଛି। ସେ ଖୁବଶ୍ରୀଘ୍ର ତାଙ୍କ ବସ୍ତିର ଜନୈକା ୭ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବେ ବୋଲି ଉଭୟ ଜୁଆଙ୍ଗ ପରିବାର ମଧ୍ୟରେ ଚୂଡ଼ାନ୍ତ ହୋଇଥିବା ପ୍ରଘଟ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏତେ ସଚେତନତା ସତ୍ୱେ ବି ସୁନାର ସୁକିନ୍ଦା ଅଞ୍ଚଳରେ ବାଲ୍ୟବିବାହ ଭଳି କୁତ୍ସିତ ପ୍ରଥାରେ କୌଣସି ପରିବର୍ତନ ଆସୁନଥିବାରୁ ବୁଦ୍ଧିଜୀବୀ ମହଲ କ୍ଷୋଭ ପ୍ରକାଶ କରିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଙ୍କଡ଼ାଗୋଡ଼ି ବସ୍ତିରେ ବାଲ୍ୟବିବାହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଦିନ ଧାର୍ଯ୍ୟ ସରିଛି। ଉଭୟ ବର କନିଆଁ ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି। ଦିନ ଧାର୍ଯ୍ୟ ସରିଥିବାରୁ ଉଭୟ ୧୫ ଦିନ ହେଲା ଆଉ ସ୍କୁଲ୍ ମାଟି ମାଡ଼ୁନାହାନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲମୁହାଁ କରାଇବା ପାଇଁ ସଂପୃକ୍ତ ସ୍କୁଲ୍ର ପ୍ରଧାନଶିକ୍ଷକ ଗିରିଧାରୀ ଦେହୁରୀ ଓ ସ୍ଥାନୀୟ ସମାଜସେବୀ ଧନେଶ୍ୱର ମାରାଣ୍ଡି ପ୍ରୟାସ ଜାରି ରଖିଥିଲେ ହେଁ ବିଫଳ ହୋଇଛନ୍ତି।
ଉକ୍ତ ଗାଁକୁ ଏକାଧିକ ବାର ଯାଇଛନ୍ତି। ପରିବାରକୁ ବୁଝାସୁଝା କରିଛନ୍ତି। ମାତ୍ର ଉଭୟ ପରିବାର ଏମାନଙ୍କ କଥାରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଓଲଟି ଅତ୍ୟନ୍ତ ଗୋପନୀୟ ଭାବେ ବିବାହ ସଂପନ୍ନ ଯୋଜନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଉଭୟ ପରିବାର ଗତ ଅଗଷ୍ଟ ମାସରେ ସେମାନଙ୍କ ସଂପର୍କୀୟ ନଗଡ଼ା ବାଲ୍ୟ ବିବାହ ଘଟଣାରେ ଉତ୍ସାହିତ ହୋଇ ନିଜ ନିଜ ନିଷ୍ପତ୍ତିରେ ନଛୋଡ଼ବନ୍ଦା ଥିବା ଜଣାପଡ଼ିଛି।
ପ୍ରକାଶଥାଉକି ଗତ ଅଗଷ୍ଟ ମାସ ୧୭ ତାରିଖ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ଅବସରରେ ମାଳ ମାଳ ପ୍ରଶାସକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତି ସତ୍ତେ୍ଵ ନଗଡ଼ା ୱାର୍ଡମେମ୍ବର ବାସନ୍ତୀ ପ୍ରଧାନଙ୍କ ଦିଅର ସ୍ୱର୍ଗତ ଜେନା ପ୍ରଧାନଙ୍କ ପୁଅ ବେନୁ(୧୪) ଓ ମଝି ନଗଡ଼ାର ଶିକର ପ୍ରଧାନଙ୍କ ଝିଅ ଫୁଲ(୧୪)ଙ୍କ ମଧ୍ୟରେ ବିବାହ ଉତ୍ସବ ଜାରି ରହିଥିବା ଦେଖିବାକୁ ମିଳିଥିଲା।
୭ମ ଶ୍ରେଣୀ ଛାତ୍ରୀଙ୍କୁ ବାହାହେବେ ଷଷ୍ଠଶ୍ରେଣୀ ଛାତ୍ର!
କଙ୍କଡ଼ାଗୋଡିରେ ବାଲ୍ୟ ବିବାହ ପ୍ରସ୍ତୁତି ଚୂଡାନ୍ତ
/sambad/media/post_attachments/wp-content/uploads/2018/01/Dowry.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)