ଯାଜପୁର: ସଂଘର୍ଷ କରୁଛି ଶତ୍ରୁଘ୍ନ। ଆଖିକୁ ଠିକରେ ଦେଖାନଗଲେ ବି କ'ଣ ବା କରିବେ। ମୁଣ୍ଡ ଉପରେ ୫ ଜଣକ ବୋଝ। ପାମ୍ପଡ଼ ବିକିଲେ ଘରେ ଜଳିବ ଚୁଲି। ସେଥିପାଇଁ ତ ଖାଲି ପାଦରେ ଏ ଗାଁରୁ ସେ ଗାଁକୁ ବୁଲୁଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ରସୁଣା ଗାଁର ଏହି ଯୁବକ। ଘରୁ ଛାଣି ଆଣିଥିବା ପାମ୍ପଡ଼ କେମିତି ବିକ୍ରିହେବ ଆଉ ଘର ପାଇଁ ସଉଦା ନେଇ ହେବ ସେଥିପାଇଁ ଅହରହ ପରିଶ୍ରମ କରନ୍ତି ଶତ୍ରୁଘ୍ନ।
କାହା ଆଗରେ ହାତ ପତାଇ ନାହାନ୍ତି ଶତ୍ରୁଘ୍ନ
ଜୀବନର କଠିନ ପରିଶ୍ରମ ଭିତରେ ବି କାହା ଆଗେ ହାତ ପାତିନଥିବା ଏହି ଯୁବକଙ୍କ ପରିବାର ଯେମିତି ଚଳାନ୍ତି ଆପଣ ଶୁଣିଲେ ବି ଆପଣଙ୍କ ଆଖିରୁ ଲୁହ ଠୋପେ ଝରି ଆସିବ। ନା ମୁଣ୍ଡ ଉପରେ ଅଛି ଛାତ ନା ଅଛି ପର୍ଯ୍ୟାପ୍ତ ଟଙ୍କା। ସେଥିପାଇଁ ତ ଅଧାଭଙ୍ଗା ଜରିପାଲ ତଳେ ରାତି କଟାନ୍ତି ଶତ୍ରୁଘ୍ନଙ୍କ ପୁରା ପରିବାର।
କେବେ ମିଳିବ ସରକାରୀ ସାହାଯ୍ୟ, ତାହାକୁ ଅନେଇ ଅନେଇ ଶତ୍ରୁଘ୍ନଙ୍କ ଆଖିରୁ ଲୁହ ଶୁଖି ଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଆସି କାକୁତି ମିନତୀ ହୋଇଥିଲେ ଏହି ଜୀବନ ସଂଗ୍ରାମୀ। ଜିଲ୍ଲାପାଳ ଶତ୍ରୁଘ୍ନଙ୍କ ବାବଦରେ ଜାଣି ନିଜକୁ ସମ୍ଭାଳି ପାରିନଥିଲେ। ଏବେ ସେ ଶତ୍ରୁଘ୍ନଙ୍କୁ ମାସକର ସମୟ ଦେଇଛନ୍ତି। ଶତ୍ରୁଘ୍ନଙ୍କୁ ମିଳିଥିବା ପ୍ରତିଶ୍ରୁତି ସତରେ ପୂରଣ ହେଉଛି ନା ସରକାରୀ ଫାଇଲ ତଳେ ଦବିଯାଉଛି ତାହା ସମୟ ହିଁ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/12/08/untitled-11-2025-12-08-13-46-03.jpg)