ଯାଜପୁର/ହରିପୁର: ଯାଜପୁର ସଦର ଥାନା ଜମଧର ଗ୍ରାମର ଜଣେ ଯୁବକ ଆଜି ଭୋରୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ନାଳରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁସାରେ ଜମଧର ପଞ୍ଚାୟତ ଜମଧର ଗ୍ରାମର ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ପୁଅ ରାମହରି(୩୦) ଆଜି ଭୋର ୫ଟାରେ ଜମଧର ନାଳକୁ ମାଛ ଧରିବାକୁ ଯାଇଥିଲେ। ତେବେ କୌଣସି ପ୍ରକାର ସେ ନାଳରେ ଭାସି ଯାଇଥିବା ବେଳେ ଶୌଚ ପାଇଁ ଆସିଥିବା କିଛି ଲୋକ ତାଙ୍କୁ ଦେଖି ଉଦ୍ଧାର ଉଦ୍ୟମ କରିଥିଲେ ମଧ୍ୟ ପତ୍ତା ପାଇନଥିଲେ।
ପରେ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରକାଶ ଯେ ଗତ ଦୁଇ ବର୍ଷ ତଳେ ତାଙ୍କର ଜଣେ ଭାଇ ସୁରଟରେ ଏକ କୋଠରୀ ଭିତରେ ଜଳିଯାଇ ମୃତ୍ୟୁବରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Man-Sinking-While-Fishing_Thumbnail.jpg)