ଯାଜପୁର/ରଗଡି: ଯାଜପୁରରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ରାତିରେ ଘରେ ପଶି ଚୋର ଚୋରି କରିବା ପରେ ତରବରିଆ ଭାବେ ଗାଡ଼ି ଛାଡି ପଲାଇଯାଇଛି। ଜାଣିବାକୁ ମିଳିଛି ଯେ କୋରେଇ ଥାନା କୋରାବନ୍ଦି ଗ୍ରାମର ନିନି ରାଉତଙ୍କ ଘରେ ଦୁଇ ଜଣ ଚୋର ଝରକା ତାଡ଼ି ପ୍ରବେଶ କରିଥିଲେ। ଚୋର ୪୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ସହ ଏକ ବାଇକ୍କୁ ଚୋରି କରୁଥିଲେ। ଘର ଲୋକ ଉଠି ପଡିବା ପରେ ଚୋର ଭୟଭୀତ ହୋଇ କେବଳ ଟଙ୍କା ଓ ମୋବାଇଲ୍ ଧରି ନେଇଥିବା ଗାଡ଼ିକୁ(ଓଡି-୩୪-ପି-୫୦୪୩) ଛାଡ଼ି ପଳାଇ ଯାଇଛନ୍ତି। ଚୋର ଏହି ଗାଡ଼ି ଛାଡି ପଳାଇବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଯାଜପୁର: ଚୋରି ପରେ ମଟରସାଇକେଲ ଛାଡ଼ି ପଳାଇଲା ଚୋର
/sambad/media/post_attachments/wp-content/uploads/2022/05/c2627717-7366-4863-91b8-a46c97608625.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)