ଯାଜପୁର/ଦେବଗଡ଼: ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଦେବଗଡ଼ ଜିଲ୍ଲାର ରିଆମାଳ ଏବଂ ଯାଜପୁର ଜିଲ୍ଲାର କୋରେଇ ଅଂଚଳରେ ରିବାବାର ଟ୍ରକ ଦଳି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମର ପ୍ରଶାନ୍ତ ଲୁହା ଏବଂ ତାଙ୍କ ସ୍ତ୍ରୀ ନମିତା ଲୁହା ବାଇକ୍ରେ ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି।
ସେହିପରି ଯାଜପୁର ଜିଲ୍ଲାର କୋରୋଇ ଥାନା ଅନ୍ତର୍ଗତ ବେଣାପୁର ଛକ ନିକଟରେ ଅନ୍ୟ ଏକ ଟ୍ରକ ସ୍କୁଟି ଆରୋହୀ ବାପ-ପୁଅଙ୍କ ଉପରେ ଚଢ଼ି ଯାଇଛି। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Accident_Sambad-Graphic-3.jpg)