ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା, ଟ୍ରଲର ଚାଳକ ଗୁରୁତର

ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ନମ୍ବର ୫୩ର ବରଦା ଛକ ନିକଟରେ ଟ୍ରକ-ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ଟ୍ରକ ଓ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଟ୍ରଲର ଚାଳକ ଆହତ ହୋଇଛନ୍ତି। ପରିଚୟ ମିଳି ନଥିବା ଆହତ ଟ୍ରଲର ଚାଳକଙ୍କୁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ରାସ୍ତାଅବରୋଧ କରିଛନ୍ତି। ସୂଚନା ମିଳିବା ପରେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ସମ୍ବନ୍ଧିତ ଖବର