ବାଇକ୍‌ ଆରୋହୀଙ୍କୁ ଘୋଷାରି ନେଲା ଟ୍ରକ୍‌

କୋରେଇ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଣେ ବାଇକ୍‌ ଆରୋହୀଙ୍କୁ ଟ୍ରକ୍‌ ଘୋଷାରି ନେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ପାର୍ଥସାରଥି ଦାସ (୨୭)। ବାଇକ( ଓଆର୦୪ପି୪୬୩୯)ରେ ଯାଜପୁର ରୋଡରୁ ଯଯାତିନଗର ଘରକୁ ଯାଉଥିବା ବେଳେ ପାଣିକୋଇଲି ଆଡୁ କେଉଁଝରକୁ ଯାଉଥିବା ଏକ ୧୨ ଚକିଆ ଟ୍ରକ୍‌ (ଓଆର-୦୯ପି-୪୫୮୪) ବେଣାପୁର ଛକ ନିକଟରେ ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା।

ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ଼୍‍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟ୍ରକର ଚାଳକ ସୁଶାନ୍ତ କୁମାର ବେହେରାକୁ ଦୋକାନୀମାନେ କାବୁ କରି କୋରେଇ ପୁଲିସକୁ ଜିମା ଦେବା ସହିତ ବିଭିନ୍ନ ଦାବି ନେଇ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଏଏସ୍‌ଆଇ ସଲିଳ କୁମାର ମଲ୍ଲିକ୍‌ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର