କଇଁ ଫୁଲ ତୋଳିବାକୁ ଯାଇ ନଦୀ ଜୋରରେ ବୁଡ଼ିଗଲେ ଦୁଇ ନାବାଳକ 

ଯାଜପୁର: ନଦୀ ଜୋରକୁ କଇଁ ଫୁଲ ତୋଳିବାକୁ ଯାଇ ଦୁଇ ନାବାଳକ ବୁଡ଼ିଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟରଞ୍ଜନ ଜେନା(୧୭) କଇଁ ଫୁଲ ତୋଳିବାକୁ ବୈତରଣୀ ନଦୀର କୁଟୁରିଆ ଠାରେ ଥିବା ଜୋରକୁ ଯାଇଥିଲେ।

ସେଠାରେ ବୁଡ଼ିଯାଇ ଉଭୟେ ମୃତ୍ୟୁବରଣ କରିଛନ୍ତି। ଦୁଇ ନାବାଳକଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର