ଯାଜପୁର/ଭୁବନ: ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଗାଈ ଚରାଉଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକି ପରିବାର ପୋଷୁଥିଲେ। ସେହିଭଳି ବଜ୍ରପାତ ସଂସ୍ପର୍ଶରେ ଆସିଥିବା ୨ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଧର୍ମଶାଳା ବ୍ଲକର ଭୁବନ ଗ୍ରାମରେ ଅପରାହ୍ନ ୨ଟାରେ ବଜ୍ରପାତ ହେବାରୁ ଗାଇ ଚରାଇବାକୁ ଯାଇଥିବା ଶରତ ଚନ୍ଦ୍ର ଦାସ(୪୫)ଙ୍କ ମୃତ୍ୟୁ ହୋଇଛି। ସେହିଭଳି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର କୁନିନ୍ଦା ଗ୍ରାମରେ ଅପରାହ୍ନରେ ବଜ୍ରପାତ ହେବାରୁ ଯାଜପୁର ଜିଲ୍ଲା କାଙ୍କଡ଼ପାଳ ଗ୍ରାମପଞ୍ଚାୟତର ଗରାମିଆର ଘନଶ୍ୟାମ ଦେହୁରୀଙ୍କ ପୁଅ ସୁରେନ୍ଦ୍ର ଦେହୁରୀ(୨୦)ଙ୍କ ମୃତ୍ୟୁ ହୋଇଛି। ଦିନ ମଜୁରିଆ ସୁରେନ୍ଦ୍ର ବେଳେ ବେଳେ କ୍ଷୀର ବିକିଥାନ୍ତି।
ଭୁବନ ବ୍ଲକରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ଜଣାପଡ଼ିଛି। ୧୧ ବର୍ଷିଅ ଶିବଶଙ୍କର ମହାନ୍ତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୧୩ର ମିଲି ସେନାପତି ବଜ୍ରପାତ ଯୋଗୁଁ ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/lightning-2.jpg)