ଭାଇରାଲ୍‌ ହେଉଛି ଯୁବକଙ୍କ ଉନ୍ମତ୍ତ କାଣ୍ଡର ଭିଡିଓ, ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ଆକ୍ରମଣ ଉଦ୍ୟମ

ଯାଜପୁର: ଯାଜପୁର ମଙ୍ଗଳପୁର ଥାନା ପାଲଟପୁର ପଞ୍ଚାୟତ ବେହେରା ସାହିରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଗାଁ ଦାଣ୍ଡରେ ଭୁଜାଲି ଧରି ଜଣେ ମହିଳାଙ୍କୁ ମଲ୍ଲିକ ସାହିର ହେମନ୍ତ ମଲ୍ଲିକ ନାମକ ଜଣେ ଯୁବକ ହାଣିବାକୁ ଗୋଡ଼ାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

ଏହି ଘଟଣାକୁ କେନ୍ଦ୍ର କରି ମଙ୍ଗଳପୁର ଥାନା ସାମ୍ନାରେ ଗତକାଲି ରାତିଠାରୁ ବେହେରା ସାହିର ବାସିନ୍ଦାମାନେ ଧାରଣା ହେଇଛନ୍ତି। ପ୍ରସାଦ ସେବନକୁ ନେଇ ଏହିଭଳି ଅଘଟଣ ଦେଖିବାକୁ ମିଳିଥିବା ସୂଚନା ରହିଛି। ଗତକାଲି ସନ୍ଧ୍ୟାରୁ ନେଇ ଏଯାବତ୍‌ ଥାନା ଆଗାରେ ବସିଥିବା ମହିଳାମାନଙ୍କ କଥା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ।  ଏହା ସହ ଅଭିଯୁକ୍ତକୁ ଗିରଫ ନକରି ଓଲଟା ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆଣିଛନ୍ତି ଧାରଣାରେ ବସିଥିବା ମହିଳାମାନେ।

ଅଭିଯୁକ୍ତକୁ ଗିରଫ ନ କରିବା ଯାଏ ଆମେ ଏ ସ୍ଥାନରୁ ହଟିବୁନି ବୋଲି ମହିଳାମାନେ ସ୍ପଷ୍ଟ କରିଛନ୍ତି। ଏଣେ ମଙ୍ଗଳପୁର ଥାନା ଅଧିକାରୀ ଅସିତ ମହାନ୍ତି ଏ ନେଇ  ମୁହଁ ଖୋଲିନାହାନ୍ତି। ତେବେ ଧାରଣାରେ ବସିଥିବା ମହିଳାଙ୍କର ଆଜି ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବେ ବୋଲି ପ୍ରଶ୍ନ ଉଠିଛି ? ଅଖିଆ ଅପିଆ ଧାରଣାରେ ବସି ରହିଛନ୍ତି ମହିଳାମାନେ। ତେବେ ପୁଲିସ ଜାଣିଶୁଣି ଚୁପ ବସିଛି ବୋଲି ମହିଳାମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର