ନଗଡ଼ାବାସୀଙ୍କ ଅଜବ ଯୁକ୍ତି: ଠାକୁରାଣୀ ଅଛନ୍ତି, କରୋନା କିଛି କରିପାରିବନି

ଯାଜପୁର: ଆମେ ମାସ୍କ ପିନ୍ଧିବୁନି, ଆମ ପାଇଁ ଆମ ଠାକୁରାଣୀ ଅଛନ୍ତି । ଆମର କିଛି ହବନି । ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ଯାଜପୁରର ଜିଲ୍ଲାର ସେଇ ଚର୍ଚ୍ଚିତ ନଗଡାବାସୀ । ଏକଦା ଅପହଂଚ ଓ ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନଗଡାକୁ ଯାଇ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରିବା ସମୟରେ ନଗଡ଼ାବାସୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଆଉ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ।

ସ୍ଥଳଭାଗରୁ ଏଗାର ହଜାର ଫୁଟ ଉପରେ ଥିବା ଅପହଂଚ ଇଲାକା ତଳ ନଗଡାରେ ଏବେ ଗୋଟିଏ ସ୍ଥାନରେ ରୁଣ୍ଡ ହେଉଛନ୍ତି ଏକାଧିକ ଲୋକ । କାହାରି ମୁହଁରେ ମାସ୍କ ନାହିଁ କି, ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନାହିଁ । କାରଣ ଏମାନେ କରୋନା ଏବଂ ଏହାର ଭୟାବହତା ବାବଦରେ ବିଲକୁଲ ଜାଣିନାହାନ୍ତି । କରୋନା ବାବଦରେ ପଚାରିଲେ ସେମାନଙ୍କ ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ, ସେମାନେ ପାହାଡ଼ି ଇଲାକାର ଜନଜାତି । ତାଙ୍କ ସୁରକ୍ଷା ପାଇଁ ଠାକୁରାଣୀ ଅଛନ୍ତି । ତେଣୁ କିଛି ହେବ ନାହିଁ । ବର୍ତ୍ତମାନ ସମୟରେ ସଚେତନତା ଅଭାବ ଯୋଗୁୁ ନଗଡାର ଲୋକେ ମହାମାରୀ କରୋନାକୁ ନେଇ ବିଲକୁଲ୍ ସଚେତନ ନଥିବା ଭଳି ମନେ ହେଉଛି ।

ସମ୍ବନ୍ଧିତ ଖବର