ବ୍ୟାସନଗର: କୋରେଇ ନିର୍ବାଚନମଣ୍ଡଳୀ ବିଜେଡି ମୁକ୍ତ ହୋଇଛି। ୨୦୦୯ରୁ ଅପ୍ରତିଦ୍ୱନ୍ଦ୍ବୀ ଭାବେ ବିଜେଡି କୋରେଇକୁ ନିଜ କବ୍ଜାରେ ରଖିବାରେ ସଫଳ ହୋଇଥିଲା। ଚଳିତ ସାଧରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାଜିତ କରି କୋରେଇକୁ ବିଜେଡି ମୁକ୍ତ କରିବାରେ ସଫଳ ହୋଇଛନ୍ତି। ବିଜୟୀ ହେବା ପରେ ଶ୍ରୀ ଦାସନାୟକଙ୍କୁ ବିଭିନ୍ନ ବର୍ଗର ଲୋକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ପରେ ଗତକାଲି ଶ୍ରୀ ଦାସନାୟକ ବ୍ୟାସନଗର ସହରରେ ପହଞ୍ଚିବା ପୂର୍ବରୁ ଯୁବନେତା ଓ କର୍ମୀମାନେ ଶୋଭାଯାତ୍ରା କରି ସାରା ସହରରେ ବିଜୟ ଉତ୍ସବ ପାଳନ କରିଥିଲେ
ଗତକାଲି ସକାଳେ ସହରର ଉମାପଦା ବାସଭବନରେ କୋରେଇ ବ୍ଲକ୍ର ୨୮ପଞ୍ଚାୟତ, ରସୁଲପୁର ବ୍ଲକ୍ର ୯ପଞ୍ଚାୟତ ଓ ପୌରାଞ୍ଚଳର ୨୬ୱାର୍ଡରୁ ନେତା, କର୍ମୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଗହଳି ଲାଗିଥିଲା। କର୍ମୀମାନେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ କାଉନସିଲର ଉଷାରାଣୀ ସାମଲ, ଦେବେନ୍ଦ୍ର ସାମଲ, ମଣ୍ଡଳ ବିଜେପି ସଭାପତି ଅଚ୍ୟୁତାନନ୍ଦ ଦାଶ, କାଉନସିଲର ରଶ୍ମିତା ରାଉତ, ବିଶ୍ଵନାଥ ସାହୁ, ଶିଶିର ରାଉତ, ଖରସ୍ରୋତା ମଣ୍ଡଳ ସଭାପତି ପ୍ରମୋଦ କୁମାର ସାହୁ, ପ୍ରିୟବ୍ରତ ସାହୁ, କୃଷ୍ଣଚନ୍ଦ୍ର ରାଉତ, ବଡ଼ବିରୁଆଁ ମହିଳା ମୋର୍ଚ୍ଚା ସଭାପତି ମିନତି ପଣ୍ଡା, ଯୁବ ସଭାପତି ବିକ୍ରମ ମାଝୀ, କାର୍ତ୍ତିକ ସାହୁ, ସୁବାସ ପଣ୍ଡା, ଜିଲ୍ଲା ଟିକସ ଓକିଲ ସଂଘ ସଭାପତି ବିବେକାନନ୍ଦ ମହାନ୍ତି, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ସସ୍ମିତା ସ୍ୱାଇଁ, ମାନସ ସାମଲ, ପ୍ରବୀର ରାଉତ, ରଞ୍ଜନ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ଭାସ୍କର ସାହୁ, ବିଦ୍ୟାଧର ସାହୁ, ବିଜୟ ମହାପାତ୍ର, ପ୍ରଶାନ୍ତ ରାଉତ, ରାକେଶ ପଢ଼ିହାରୀ, ଗୋପାଳ ବାରିକ, ଯଦୁମଣି ଦାଶ, ମନୋଜ ଦାସ, ଜହର ଅଲ୍ଲୀ, ସେକ୍ ସୌକତ ଅଲ୍ଲୀ, ଆଶୁତୋଷ ମାଝୀ, ଶରତ ମଲ୍ଲିକ, ଜିତେନ୍ଦ୍ର ବେହୁରାଙ୍କ ସମେତ ବହୁ ନେତା, କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/a-a.jpg)