କାଳିଆପାଣି : ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତରେ ଆଜି ମିଳିତ ମହିଳା ମହାସଂଘ ମଦ ବିରୋଧୀ ଅଭିଯାନକୁ ତୀବ୍ରତର କରିଛି। ବିଜୁ ମହିଳା ମହାସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ସମଗ୍ର ପଞ୍ଚାୟତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ୫ଶହରୁ ଅଧିକ ମହିଳା ସଂଘବଦ୍ଧ ଭାବେ ଏକ ଶୋଭାଯାତ୍ରାରେ ବାହାରି ୧୦ଟି ଗାଁ ପରିକ୍ରମା କରି ମଦ ଓ ନିଶାପାଣି ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ଏହି ସମୟରେ ରାସ୍ତାକଡ଼ ଓ ଗଳିକନ୍ଦିରେ ବସି ହାଣ୍ଡିଆ ରସି ବିକୁଥିବା ମହିଳାମାନେ ଛତ୍ରଭଙ୍ଗ ଦେଇଥିଲେ। ହାଣ୍ଡିଆ ଡେକ୍ଚି ଓ ଚାଖଣା ଡାଲା ଧରି ପ୍ରାଣ ବିକଳରେ ଦୌଡ଼ିଥିଲେ। ପାହାନ୍ତିଆ ମଦୁଆମାନଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା।
ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପରାମର୍ଶରେ ତଥା ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ସହଭାଗିତାରେ ମହିଳାମାନେ ବେଶ୍ ଉତ୍ସାହିତ ହୋଇଥିଲେ। ପୁଲିସ୍ ସହାୟତା ମହିଳାଙ୍କ ମନୋବଳ ବୃଦ୍ଧି କରିଥିଲା। ସରପଞ୍ଚ କଳ୍ପନା ଜେନା ଓ ସମିତିସଭ୍ୟା ସଂଗୀତା ପ୍ରଧାନଙ୍କ ନେତୃତ୍ଵରେ ଏହି ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି, ଗୁରୁଜଙ୍ଗ, ସୁକୁରଙ୍ଗି, ଚିରିଗୁଣିଆ, ମାଝିସାହି, ଘାଗିଆସାହି, ଓଏମ୍ସି ଟାଉନସିପ, ବିର୍ସାନଗର, ହନୁମାନ ବଜାର, କୋଇପଶି ହଟିଂ ଗାଁର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ପ୍ରଥମେ କାଳିଆପାଣି ଚଣ୍ଡି ମନ୍ଦିରରେ ଏକତ୍ରିତ ହୋଇ ମଦ ବିରୋଧୀ ପ୍ରତିବାଦ ସଭା କରିଥିଲେ। ଗାଁ ଗାଁରେ ମଦ ବନ୍ଦ୍ କରିବାକୁ ବଜ୍ର ଶପଥ ନେଇଥିଲେ। ଏଠାରୁ ଏକ ଶୋଭାଯାତ୍ରାରେ ବାହାରି ଉକ୍ତ ଗାଁ ସମୂହ ପରିକ୍ରମା କରିଥିଲେ। ଚଣ୍ଡିମାତା ଯୁବକ ସଂଘ ସଭାପତି ଆଶିଷ କୁମାର ଜେନା, ଅଶୋକ କୁମାର ପ୍ରଧାନ, ନାରାୟଣ ବାହାଦୁର ପ୍ରମୁଖ ଶୋଭାଯାତ୍ରା ଓ ପ୍ରତିବାଦ ସଭା ପରିଚାଳନାରେ ସହଯୋଗ କରିଥିଲେ। ଏଣିକି ନିୟମିତ ଭାବେ ପ୍ରତି ବସ୍ତିରୁ ମଦ, ହାଣ୍ଡିଆ ଭାଟି ଉଚ୍ଛେଦ ପ୍ରକ୍ରିୟା ଜାରିରହିବ ବୋଲି ସରପଞ୍ଚ ଶ୍ରୀମତୀ ଜେନା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
ତାତିଲା ମହିଳା ମହାସଂଘ:ହାଣ୍ଡିଆହାଟ ଛାଡ଼ି ଛୁ ମାରିଲେ ମଦୁଆ
/sambad/media/post_attachments/wp-content/uploads/2018/03/jajpur22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)