ବ୍ୟାସନଗର : ଯାଜପୁରରୋଡ୍ ଥାନା ଅନ୍ତର୍ଗତ ଚୋରଦା ବାଇପାସ୍ ରାସ୍ତାକଡ଼ରେ ଥିବା ସିଦ୍ଧାର୍ଥ ବାର୍ରୁ ମଦ ଚୋରି ହୋଇଥିବା ନେଇ ବିକାଶ ମହାପାତ୍ର ଅଭିଯୋଗ କରିଛନ୍ତି। କରୋନା କଟକଣାରେ ଅଫ୍ଲାଇନ ମଦ ବିକ୍ରି ବନ୍ଦ ଥିବାବେଳେ ଅନଲାଇନ୍ରେ ବେପାର ଚାଲିଛି। ସରକାରୀ ନିୟମ ଅନୁଯାୟୀ ଗତ ମେ' ମାସରେ ଦୁଇଥରରେ ପାଖାପାଖି ୨୨ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦ ଆଣିଥିଲେ। ପହିଲାରେ ମଦ ଆଣିଥିବା ବେଳେ ସରକାରଙ୍କ ପ୍ରଥମ ଲକ୍ଡାଉନ ୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଏହି ସମୟରେ ଅଫଲାଇନ କି ଅନଲାଇନ୍ରେ ମଦ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା। ରବିବାର ସକାଳୁ ଦୋକାନ ଚାବି ଖୋଲି ଦେଖିବାରୁ କାନ୍ଥ ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇନାହାନ୍ତି। ପୁଲିସ ସେଠାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି।
ଦୋକାନ କାନ୍ଥ ଭାଙ୍ଗି ମଦ ନେଇଗଲେ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-31-at-22.07.17.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)