ମଦ ବେପାରୀ ଓ ୱାରେଣ୍ଟି ଗିରଫ

ଯାଜପୁରସଦର : ଯାଜପୁର ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ନିର୍ଦେଶରେ ଏସ୍‌ଆଇ ମାନସ ରଞ୍ଜନ ଚକ୍ର ବିଚିତ୍ରପୁର ପଞ୍ଚାୟତ ବାଣପୁର ଗ୍ରାମର ଧନେଶ୍ୱର ନାୟକ ଓରଫ କାଠିଆକୁ ଗିରଫ କରିଛି। ଅଭିଯୁକ୍ତ ଦୀର୍ଘ ଦିନ ହେଲା ଗ୍ରାମରେ ଚୋରା ମଦ ବେପାର କରୁଥି‌ଲା। ସେହିପରି ଏହି ଗ୍ରାମର ଗଜେନ୍ଦ୍ର ଜେନାକୁ ପୁରଣା ୱାରେଣ୍ଟ୍‌ ବଳରେ ଗିରଫ କରାଯାଇଛି। ନିର୍ବାଚନ ପରିପ୍ରେକ୍ଷୀରେ ଚୋରା ମଦ କାରବାର ଉପରେ ନିୟନ୍ତ୍ରଣ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୱାରେଣ୍ଟିମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ ସୂଚନା କହିଛନ୍ତି।

ସମ୍ବନ୍ଧିତ ଖବର