ଯୋଡ଼ା: ଯୋଡ଼ା ଥାନା ବନେଇକଳା ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପୂର୍ତ୍ତ ବିଭାଗର ଏକ ପୁରୁଣା ଭଙ୍ଗା ଟିଣଘରେ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କ ପରିଚୟ କିମ୍ବା ବୟସ ଜଣାପଡ଼ିନାହିଁ। ମୃତଦେହଟି ୩-୪ ଦିନ ତଳର ବୋଲି ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଗନ୍ଧ ଆସିବା ପରେ ସ୍ଥାନୀୟ‌ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚିଥିଲା ବୋଲି ଯୋଡ଼ା ଥାନା ଏସଆଇ ସୁନୀଲ କୁମାର ସୋରେନ ଜଣାଇଛନ୍ତି।