ଟମକା: ଦାନଗଦୀ ବ୍ଲକ୍ ଟମକା ଥାନା ଅଞ୍ଚଳରେ ଚୋରା ମଦ ବିକ୍ରି ବନ୍ଦ ଦାବିରେ ମିସନ ଶକ୍ତି ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ। ଛକ ବଜାର ସବୁ ଜାଗାରେ ଅବାଧ ମଦ ବିକ୍ରି ହେଉଥିବାରୁ ସାମାଜିକ ବିଶୃଙ୍ଖଳା ଦେଖାଦେଉଛି। ଏହାର ପ୍ରତିବାଦରେ ଗତ ମାସରେ ଗୋବର୍ଦ୍ଧନପୁର ମିସନ ଶକ୍ତି ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିବା ସହ ପଦଯାତ୍ରା କରିଥିଲେ। ଏହି ପଞ୍ଚାୟତର ଜେମାଦେଇପୁର ମହିଳା ସଂଗଠନ ପକ୍ଷରୁ ମଦ ବେପାରୀଙ୍କୁ ସାବାଡ଼ କରିବାକୁ ପଦଯାତ୍ରା କରିଥିଲେ। ଟମକା ଥାନା ଅଧିକାରୀ ଶଙ୍କର୍ଷଣ ଦଳେଇ ପହଞ୍ଚି ବୁଝାସୁଝା କରିବା ସହିତ ପଞ୍ଚାୟତରୁ ମଦ ବିକ୍ରି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଟମକା ଥାନା ଅଧୀନ ଦେଉଳକଣ, କିଆଝର, ଓସ୍ତପାଳ, ବାଙ୍ଗରକୋଟା, ଉଚ୍ଚବାଲି, ନଛିପୁରା, ଗୋବର୍ଦ୍ଧନପୁର, ଚିତ୍ରୀ ଆଦି ୮ଟି ପଞ୍ଚାୟତର ପ୍ରତି ଗାଁରେ ମହୁଲି ମଦ ଓ ବିଦେଶୀ ମଦ ଅବାଧରେ ବିକ୍ରି ହେଉଛି। ଏହାର ପ୍ରତିବାଦରେ ଗୋବର୍ଦ୍ଧନପୁର ପଞ୍ଚାୟତର ମହିଳାମାନେ ଗତ କିଛିଦିନ ହେଲା ମଦ ବିକ୍ରୟ ବନ୍ଦ ପାଇଁ ଟମକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ଜଅଁର ଗାଁର ଶହଶହ ମହିଳା, ଗାଁରେ ଚୋରା ମଦ ବେପାର କରୁଥିବା ଜଣେ ବ୍ୟବସାୟୀକୁ ପୁଲିସ ହାତରେ ଧରାଇ ଦେଇଥିଲେ। ଏବେ ପୁଣି ସେ ବେପାର ଜମାଇଥିବା ଦେଖିବାକୁ ମିଳିଛି।
ଚୋରା ମଦ ବିକ୍ରି ବିରୋଧରେ ତାତିଲେ ମହିଳା
/sambad/media/post_attachments/wp-content/uploads/2024/02/ea32d24e-23e6-420a-a819-e7eb6528d867.jpeg)