ବାଇକ୍‌ରୁ ଖସି ମହିଳାଙ୍କ ମୃତ୍ୟୁ

ଆନନ୍ଦପୁର: ଘସିପୁରା ଥାନା ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ସୂତାର(୫୫)। କେଶଦୁରାପାଳ ଗ୍ରାମର ଦାମୋଦର ସୂତାରଙ୍କ ପତ୍ନୀ ଦମୟନ୍ତୀ ଗତକାଲି ସଂଧ୍ୟାରେ ବାଇକ୍‌ରେ ଯାଉଥିବା ବେଳେ ଦେଓଗାଁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ବାଇକ୍‌ରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆନନ୍ଦପୁର ସେଠାରୁ କଟକ ବଡ଼ ଡାକ୍ତରଖାନା ନିଆଯାଉଥିଲା। କୁଆଖିଆ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର