ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଠାରେ ସିଜେ ଡାରସେଲ୍ ସଂସ୍ଥାର ଲଜିଷ୍ଟିକ୍ ପାର୍କ ପାଇଁ କାର୍ଯ୍ୟ ଚାଲୁ ରହିଛି। କାର୍ଯ୍ୟାଦେଶ ହାତେଇ ଥିବା ଠିକାଦାର ନିଜ ଗୋଷ୍ଠୀର ପିଲାଙ୍କୁ ନେଇ ଠିକାଦାରି କରୁଥିବା ବେଳେ ସେହି ଯଖପୁରା ଗ୍ରାମର ଆଉ ଏକ ଗୋଷ୍ଠୀ ଠିକାଦାରି ପ୍ରଦାନ ଦାବି କରି କାର୍ଯ୍ୟ ବନ୍ଦ କରିବା ପାଇଁ ଜିଦ୍ ଧରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣା ପଡିଛି।
ଦୁଇ ଗୋଷ୍ଠୀ ମୁହାଁମୁହିଁ: ଲଜିଷ୍ଟିକ୍ ପାର୍କ କାମ ଜାରି
/sambad/media/post_attachments/wp-content/uploads/2022/06/1b75959f-6ad3-4cfd-9bf9-c15edb9e006a.jpg)