ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନିଆଳି ନିକଟରେ ଭରା ନଈରେ ବୁଡ଼ିଗଲେ ଯୁବତୀ। ଆଜି ସକାଳୁ ବରପଦା ପଞ୍ଚାୟତ ନିଆଳି ଗାଁର ସରୋଜ ପରିଡ଼ାଙ୍କ ୨୨ ବର୍ଷିୟା ଝିଅ ସସ୍ମିତା ଓରଫ କଣ୍ଢେଇ ନିଜ ଭାଉଜଙ୍କ ସହ ଗାଧୋଇବାକୁ ଆସିଥିବା ବେଳେ ଅଚାନକ ନଦୀରେ ବୁଡ଼ି ଯାଇଥିଲେ। ଏପରିକି ଭାଉଜ ଧରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଅଗ୍ନିଶମ ବାହିନୀ ଓ ଓଡାରାଫ ଟିମ୍ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp