ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ୍‌

ଚଣ୍ଡିଖୋଲ: ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆଜି ବଡ଼ଚଣା ପୁଲିସ୍‌ ଜଣେ ସମ୍ପର୍କୀୟ ମାମୁଁକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ଗୁଲଜାର୍‌ନଗର ପାଟଣା ଗ୍ରାମର ପ୍ରଫୁଲ ମଲ୍ଲିକଙ୍କ ପୁଅ କ୍ଷେତ୍ରବାସୀ(୨୨) ଗତ ୬ ତାରିଖରେ ତାର ଜଣେ ୭ ବର୍ଷିୟା ନାବାଳିକାସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଘଟଣା ସମ୍ପର୍କରେ ମା’ଙ୍କୁ ଜଣାଇବା ପରେ ପରିବାର ଲୋକେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, ଏସ୍‌ଆଇ ଅନିତା ସାହୁ ଗୁଲଜାର୍‌ନଗରରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ୍‌ କରିଥିଲେ। ଆଜି କ୍ଷେତ୍ରବାସୀକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌କୁ ପଠାଇ ଦିଆଯାଇଛ

ସମ୍ବନ୍ଧିତ ଖବର