ଯାଜପୁର : ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଥିବା ମନ୍ଦିର ବେଢାରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛି । ମୃତ ଯୁବକ ଜେନାପୁର ଥାନା ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମର ମାଧବାନନ୍ଦ ପଲେଇଙ୍କ ପୁଅ ଶିବାନନ୍ଦ ଓ ତାଙ୍କ ବୟସ ୨୧ବର୍ଷ ବୋଲି ଜଣାପଡ଼ିଛି । ସେ ରାଇଚନ୍ଦା ପଞ୍ଚାୟତ ବାରକଣା ହନୁମାନ ମନ୍ଦିର ବେଢାରେ ବିଷ ପିଇ ଆତ୍ମହତ୍ୟା କରିଛି । ପୁଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଚଳାଇଛି ।  ତେବେ ପ୍ରେମରେ ବିଫଳ ହୋଇ ତରୁଣ ଜଣକ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର