ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ବ୍ୟାସନଗର : କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ଜଇଁତଳ ଗ୍ରାମର ଚନ୍ଦନ କୁମାର ସାହୁ(୩୧) ଆଜି ଟ୍ରେନ୍‌ରେ କଟିଯାଇ ମୃତ୍ୟୁବରଣ କରିଛନ୍ତି। ଯାଜପୁରରୋଡ଼ ରେଳ ଷ୍ଟେସନ୍‌ର କିଛି ଦୂରରେ ଚନ୍ଦନ ରେଳ ଧାରଣା ପାର ହେଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଚନ୍ଦନଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଯାଜପୁରରୋଡ଼ ରେଳବାଇ ପୁଲିସ୍‌ ଶବ ଜବତ କରିଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବେ‌ାଲି ରେଳବାଇ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର