ଯାଜପୁର : କୋଟି କୋଟି ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀ ଘଟଣାକୁ ରାଜ୍ୟ ମୁଖିଆ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଘଟଣାର ତଦନ୍ତ ନିର୍ଦେଶ ଦେଇଛି। ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଏବଂ ସେସୁର ଅଧ୍ୟକ୍ଷ ମିଳିତ ଭାବେ ଏହି ଘଟଣାର ତଦନ୍ତ କରିବେ। ଏହି ନିର୍ଦେଶନାମା ଜାରି ହେବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ ଓ ରାଜ୍ୟ ସରକାରଙ୍କ ୪ର୍ଥ ଅନୁଦାନ ଅର୍ଥରେ ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ପ୍ରାୟ ୪୦ ରୁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ନିର୍ବାଚନ ଶେଷ ପରେ ପରେ ନବନିର୍ବାଚିତ ସରପଞ୍ଚ ଜରିଆରେ ଏହି ଅନୁଦାନକୁ ଖର୍ଚ୍ଚ କରାଯାଇଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଗ୍ରାମାଞ୍ଚଳକୁ ଆଲୋକୀକରଣ ନାମରେ ଏକ ର୍ୟାକେଟ୍ ବିଭିନ୍ନ ଠିକାଦାର ନାମରେ କୋଟି କୋଟି ଟଙ୍କା ଲୁଟିନେଇଛି। ଯାହାକି ଯାଜପୁର ଜିଲ୍ଲାରେ ଧରାପଡ଼ିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳି ଯାଇଛି।
ଉଲ୍ଲେଖ ଯେ, ଯାଜପୁର ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟ ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ପାଇଁ ଟେଣ୍ଡର ନୋଟିସ୍ ନଂ.୨୪୩୨ ତା ୧୨.୧୨.୧୬ରିଖରେ ୫୬ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା। ୨୦୧୭ ମାର୍ଚ୍ଚ ୧୫ ତାରିଖରେ ଟେଣ୍ଡର କମିଟି ବିରଜା ଇଲେକ୍ଟ୍ରିକାଲସ କନ୍ଷ୍ଟ୍ରକସନକୁ ପ୍ରତି ୟୁନିଟ୍(ଲାଇଟ୍) ବାବଦକୁ ୫୪ ହଜାର ୫୦୪ଟଙ୍କା ପ୍ରଦାନ ପାଇଁ ମଞ୍ଜୁରି କରିଥିଲେ। ୫୬ ଲକ୍ଷ ଟଙ୍କାର ଟେଣ୍ଡର୍ ପ୍ରକାଶ ପାଇବା ପରେ ୪ଟି ଠିକାସଂସ୍ଥା ଟେଣ୍ଡର୍ ପକାଇଥିଲେ। ସେମାନେ ହେଲେ ନମଃ ଶିବାୟ ଏଣ୍ଟରପ୍ରାଇଜେସ, ମନୋରମା ଇଲେକ୍ଟ୍ରିକାଲସ, ବିରଜା ଇଲେକ୍ଟ୍ରିକାଲ କନ୍ଷ୍ଟ୍ରକସନ ଓ ବାସନ୍ତୀ ଇଲେକ୍ଟ୍ରିକାଲ କନ୍ଷ୍ଟ୍ରକସନ। ମାତ୍ର ସେଥିରେ ନମଃ ଶିବାୟ ଓ ମନୋରମା ସଂସ୍ଥାକୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ଟେକ୍ନିକାଲ ବିଡ୍କୁ ନାକଚ କରାଯାଇଥିଲା। ଟେକ୍ନିକାଲ୍ ବିଡ୍ରେ ନାକଚ ହେଉଥିବା ସଂସ୍ଥାର ପ୍ରାଇସ୍ ବିଡ୍ ଖୋଲିବାର ନିୟମ ନାହିଁ। ମାତ୍ର ବିରଜା ଠିକା ସଂସ୍ଥାକୁ କାମ ଦେବା ପାଇଁ ବେଆଇନ୍ ଭାବେ ମନୋରମା ଓ ନମଃ ଶିବାୟ ଠିକା ସଂସ୍ଥାର ପ୍ରାଇସ ବିଡ୍କୁ ପୂର୍ବରୁ ଖୋଲା ଯାଇଛି ଥିଲା। ନମଃ ଶିବାୟ କଂପାନି ପ୍ରତି ଲାଇଟ୍ ବାବଦରେ ୨୩ହଜାର ୩୪ ଟଙ୍କାର ଟେଣ୍ଡର୍ ପେପର ଦାବି କରୁଥିଲା ବେଳେ ମନୋରମା ପକ୍ଷରୁ ୩୩ହଜାର ୯୫୦ଟଙ୍କା ପ୍ରାଇସ ବିଡ୍ରେ ଦର୍ଶାଇଥିଲେ। ସରକାରୀ ମୂଲ୍ୟ ଠାରୁ କମ୍ ଦର୍ଶାଯାଇଥିବା ଠିକା ସଂସ୍ଥାକୁ ନାକଚ କରି ମାତ୍ରାଧିକ ଟଙ୍କା ଦିଆଯାଇଥିବା ଠିକା ସଂସ୍ଥା ବିରଜା ଓ ବାସନ୍ତୀକୁ ଟେଣ୍ଡର ଦାୟିତ୍ୱରେ ଥିବା ଅଧିକାରୀ ମନୋନୀତ କରିଥିଲେ। ଯାହାକି ଏବେ ତଦନ୍ତ ପରିସର ଭୁକ୍ତ ହେବ।
ଯାଜପୁରରେ ଯେଉଁ ଲାଇଟ୍ ୫୪ ହଜାର ୫୦୪ ଟଙ୍କା ମଂଜୁର ହୋଇଛି। ସେହି ଠିକା ସଂସ୍ଥା ବିରାଜ ଇଲେକ୍ଟ୍ରିକାଲ କନଷ୍ଟ୍ରକସନ କଂପାନି ପଡୋଶୀ ଜିଲ୍ଲା ଭଦ୍ରକ ଜିଲ୍ଲାରେ ସେହି ସାମଗ୍ରୀ ଓ କାମ କରିବା ବାବଦକୁ ୩୬ହଜାର ୭୧୪ ଟଙ୍କାରେ ଟେଣ୍ଡର୍ ନେଇଛି। ଗୋଟିଏ ସଂସ୍ଥା ସମାନ କାମ ପାଇଁ ପ୍ରତି ଲାଇଟ୍ରେ ପ୍ରାୟ ୧୮ହଜାର ଟଙ୍କା ପ୍ରାର୍ଥକ୍ୟ ସମ୍ବାଦରେ ପ୍ରକାଶ ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
୨୦୧୫ ନଭେମ୍ବରରେ ଏହି ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ପାଇଁ ସର୍ବାଧିକ ୩୬ହଜାର ୫୪୧ ଟଙ୍କା ଖର୍ଚ୍ଚ ହୋଇପାରିବ ବୋଲି ସରକାରଙ୍କ ପଞ୍ଚାୟତିରାଜ ବିଭାଗ ରାଜ୍ୟସ୍ତରୀୟ ଅଧିକାରୀ ମୂଲ୍ୟ ଧାର୍ଯ୍ୟ କରିଥିଲେ। ତେବେ ବିରଜା ଇଲେକ୍ଟ୍ରିକାଲ୍ କନ୍ଷ୍ଟ୍ରକସନ୍କୁ କିପରି ୫୬ଲକ୍ଷ ଟଙ୍କା ମୂଲ୍ୟରେ ଏଲ୍ଇଡି ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଗଲା? ସେହିପରି ଇଲେକ୍ଟ୍ରି କନ୍ଷ୍ଟ୍ରକସନ ୫୬ ଲକ୍ଷଟଙ୍କାର ଟେଣ୍ଡର୍ ନେଇ କୋଟି କୋଟି ଟଙ୍କାର ଲାଇଟ୍ ଲଗାଇବାକୁ ପ୍ରଶାସନ କାହିଁକି ଓ କିପରି ଅନୁମତି ଦେଲେ? ଯାହାକି ତଦନ୍ତ ପରିସର ଭୁକ୍ତ। ସୂଚନା ଅନୁସାରେ, ଜିଲ୍ଲାରେ ମାତ୍ର ୫୬ଲକ୍ଷ ଟଙ୍କାର ଟେଣ୍ଡର୍ କରାଯାଇ ଜିଲ୍ଲାର ମୋଟ୍ ୩୧୧ ପଞ୍ଚାୟତ ମଧ୍ୟରୁ ପ୍ରାୟ ୨୦୦ରୁ ଉର୍ଧ୍ୱ ପଞ୍ଚାୟତରେ ୧୦କୋଟି ଟଙ୍କାର କାମ ବିନା ଟେଣ୍ଡରରେ ହୋଇଛି।
‘ସମ୍ବାଦ’ ଲଗାତର ଅନୁସଂଧାନମୂଳକ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିବା ପରେ ମୁୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ତଦନ୍ତ କରିବା ପାଇଁ ପଞ୍ଚାୟତିରାଜ କମିସନ୍ ତଥା ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଗତକାଲି ଏହାର ତଦନ୍ତ କରିବା ପାଇଁ ସେସୁର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ଜାରି ହୋଇଥିବା ଜଣାପଡ଼ିଛି।
ଗାଁ ଆଲୁଅ ହେରାଫେରି ଘଟଣା:ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପଞ୍ଚାୟତିରାଜ ସଚିବ, ସେସୁ ଅଧ୍ୟକ୍ଷ କରିବେ ତଦନ୍ତ
/sambad/media/post_attachments/wp-content/uploads/2018/01/power-cut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)