ବଲାଙ୍ଗୀର: ସ୍ଥାନୀୟ ୱାର୍ଡ ନଂ ୩ ଓ ୪ ସ୍ଥିତ ତାଲପାଲି ବନ୍ଧଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଥିଲା। ଅଂଚଳର ମହିଳା ଓ ପୁରୁଷମାନେ ଜଳ ସତ୍ୟାଗ୍ରହରେ ଯୋଗଦାନ କରି ବଲାଙ୍ଗୀର ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଉପରେ ବିଷୋଦ୍‌ଗାର କରିଥିଲେ। ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ ବନ୍ଧର ସଫେଇ ଓ ପୁନରୁଦ୍ଧାର ଦାବିକୁ ଉଭୟେ ଟାଳି ଆସୁଥିବା ବେଳେ ବନ୍ଧ ଏବେ ଅଳିଆଗଦାରେ ପରିଣତ ହୋଇସାରିଛି।

Advertisment

ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୩ କ୍ରିୟାନୁଷ୍ଠାନ କମିଟି ସଭାପତି ବଜରଙ୍ଗ ବନଛୋର ଓ ୪ର କ୍ରିୟାନୁଷ୍ଠାନ କମିଟି ସଭାପତି ତଥା କାଉନସିଲର ଅରବିନ୍ଦ ପରୁଆ, ୩ ନମ୍ବର ୱାର୍ଡର କାଉନସିଲର ରଜନୀ ବନଛୋର, ଯୋଗେଶ୍ୱରୀ ତରିଆ, ସୁମିତ୍ରା ବିଶି, ସଂଗୀତା ପୁଟେଲ, ନିର୍ମଳ ଖୁଣ୍ଟିଆ, ଗୌରୀ ମିଶ୍ର, ଲକ୍ଷ୍ମୀ ପୁଟେଲ, ଅମିତା ପରୁଆ, ଅନିତା ବାଗ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଅଭିନାଶ ପ୍ରସାଦ ସାଏ, ଜୁଲୁ ପଟ୍ଟନାୟକ, ନାସିର ଖାନ, ମହମ୍ମଦ ଅକବର, ଟୁନା ହୋତା, ଭିକାରି ସାହୁ, ଜ୍ୟୋତିଷ ମୁଗ୍ରୀ, ଅଜିତ ମହାନନ୍ଦ, ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।