ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ

ବାଲେଶ୍ବର: ରାଜ୍ୟରେ ଜାରି ରହିଥିବା ଲଗାଣ  ବର୍ଷା ହେତୁ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏହି ବର୍ଷା ହେବା ପରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଲଘୁଚାପ କାରଣରୁ ଗତ ୨ ଦିନ ଧରି ବସ୍ତା ଅଂଚଳରେ ଲଗାଣବର୍ଷା ଲାଗିରହିଛି । ଏହାର ପ୍ରଭାବରୁ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳକା ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି ।

ବସ୍ତାରେ ଜଳକା ଏବେ ବିପଦ ସଂକେତ ଅତିକ୍ରମ କରିଛି । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ରହିଛି । ସକାଳ ୮ଟା ସୁଦ୍ଧା ଜଳସ୍ତର ୫.୯୦ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ଥିବା ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା ପରେ ତଳ ମୁଣ୍ଡରେ ଫୁଲି ଉଠିଛି ଜଳକା ନଦୀ । ପ୍ରବଳ ବର୍ଷା ଲାଗି ରହିଲେ ପୁଣି ଥରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଆଶଙ୍କା ଉପୁଜିଛି । ବସ୍ତା ବ୍ଲକର ୭ଟି ପଂଚାୟତରେ ବନ୍ୟା ସ୍ଥିତି ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କାରେ ଅଛନ୍ତି ଚାଷୀ

ସମ୍ବନ୍ଧିତ ଖବର