ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ କନ୍ଧମାଳ ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ସରକାରଙ୍କ ଦ୍ୱାରା ମନୋନୀତ

ଘୁ.ଉଦୟଗିରି: କନ୍ଧମାଳବାସୀଙ୍କ ପାଇଁ ରାଜ୍ୟ ସରକାର ଏକ ଭେଟି ଦେଇଛନ୍ତି। ଏହି ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ରାଜ୍ୟ ସରକାରଙ୍କ ମହିଳା କମିଶନ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି। ଜାଲିନା ଘୁ.ଉଦୟଗିରି ସହରରୁ ୫ବର୍ଷ ତଳେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଘୁ.ଉଦୟଗିରି ଏନଏସି ର ୮ନଂ ୱାର୍ଡର କାଉନସିଲର ଭାବେ ବିଜେଡିରୁ ନିର୍ବାଚିତ ହୋଇଥିଲେ। ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଥିଲେ।

ରାଜ୍ୟ ସରକାର ଆଜି ରାଜ୍ୟ ମହିଳା କମିସନର ୪ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଲେ ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଆରତି ସିଂହ ଓ ଜଲିନା ପ୍ରିୟଦର୍ଶିନୀ। ମନୋନୟନ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।

ସେ ରାଜ୍ୟ ମହିଳା ବିଜେଡି ଦଳର ସାଧାରଣ ସମ୍ପାଦିକା ଅଛନ୍ତି। ସେ ସ୍ୱର୍ଗତ ବିଧାୟକ ରଂଜିତ ପ୍ରଧାନଙ୍କ ଝିଅ। ଜାଲିନା ମହିଳା କମିଶନ ସଦସ୍ୟା ଭାବେ ରାଜ୍ୟ ସରକାର ମନୋନୀତ କରିବା ପରେ ସାରା ଅଂଚଳରେ ଖୁସିର ବାତାବରଣ ଦେଖାଦେଇଛି। ସଦସ୍ୟା ଭାବେ ମନୋନୀତ ହେବା ପରେ ଜାଲିନା ନିଜ ପ୍ରତିକ୍ରିୟାରେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତନଜ୍ଞତା ଜଣେଇବାସହ ମାନ୍ୟବର ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ କୃତନଜ୍ଞତା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋଭଳି ଜଣେ ଝିଅକୁ ଯୋଗ୍ୟ ବିବେଚିତ କରି ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତ,ି ମୁଁ ତାହା ଆନ୍ତରିକତାର ସହ ସମ୍ପର୍ଣ୍ଣ କରିବି ଆଗାମୀ ଦିନରେ ମହିଳା ମାନଙ୍କ ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବି।

ସମ୍ବନ୍ଧିତ ଖବର