ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନାରେ କୋଇଡ଼ା ବ୍ଳକର ୧୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ‘‘ସୁନ୍ଦରଗଡ଼ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମରେ ଜନ ସହଭାଗିତାର ଗୁରୁତ୍ବ ଅଧିକ। ତେଣୁ ସାଧାରଣ ଲୋକେ ଜିଲ୍ଲା ପ୍ରଶାସନର ବିଭିନ୍ନ ଯୋଜନା ସମ୍ବନ୍ଧରେ ଜାଣିବା ସହ ନିଜର ସମସ୍ୟା ଓ ଅଭିଯୋଗକୁ ଗ୍ରାମସଭା ମାଧ୍ୟମରେ ପାରିତ କରି ପ୍ରଶାସନ ପାଖକୁ ଆଣିଲେ ଏହାର ସମାଧାନ କରାଯିବ। ଏହାସହ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଗ୍ରାମ ସଭାରେ ଆଲୋଚନା ହେବା ଜରୁରୀ’’ ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଜନଶୁଣାଣି ଅବସରରେ କୋଇଡ଼ା ବ୍ଲକ ଅଧୀନ ୯ଟି ଗ୍ରାମପଞ୍ଚାୟତରେ (ପାଟମୁଣ୍ଡା, ମାଲଦା, କାଶିରା, କୋଇଡ଼ା, କାଲଟା, ଡେଙ୍ଗୁଳା, ଟେନସା, ଗୋପନା, ବିମଳାଗଡ଼) ଗ୍ରାମସଭା ମାଧ୍ୟମରେ ପାରିତ ୬୭୫ ପ୍ରକଳ୍ପର କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉପରୋକ୍ତ ପଞ୍ଚାୟତରେ ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରି ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ, ପୋଖରୀ ପୁନରୁଦ୍ଧାର, ଜଳସେଚନ, ହାଇମାଷ୍ଟ ଓ ଷ୍ଟ୍ରିଟ୍ ଲାଇଟ୍, ବିଦ୍ୟୁତ୍ ଯୋଗାଣ, ନୂଆ ଅଙ୍ଗନବାଡ଼ି ଗୃହ ନିର୍ମାଣ, ଟ୍ରକ ପାର୍କିଂ ସ୍ଥଳ ନିର୍ମାଣ, ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି। ଏହିସବୁ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେବ। ଏହା ବ୍ୟତୀତ ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ମା’ ଗୃହ ପ୍ରତିଷ୍ଠା, ମୋବାଇଲ ମେଡିକାଲ ଭ୍ୟାନ ସଂଖ୍ୟାରେ ବୃଦ୍ଧି, କାଶିରା ଠାରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ରହିଛି। ଏଥିସହ କୋଇଡ଼ା ସ୍ଥିତ ଆଇଟିଆଇ କେନ୍ଦ୍ରରେ ହଷ୍ଟେଲ ସୁବିଧା ସହିତ ଚଳିତ ଶିକ୍ଷାବର୍ଷ ଠାରୁ ପାଠପଢ଼ା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ନିୟମିତ ବିଦ୍ୟୁତ ଓ ଜଳ ଯୋଗାଣ ସହିତ ୭ ରୁ ୮ ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ଗୃହ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।
Sambadଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲଲାଟ କୁମାର ଲୁହା, କୋଇଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଅତିରିକ୍ତ ଜିଲ୍ଲାପାଳ (ଜରୁରିକାଳୀନ) କୁନ୍ତୀ ରାଣୀ ନାଏକ, ବଣାଇଁ ଅତିରିକ୍ତ ଏସପି ସୟଦ ମୁଜିବୁର ରହେମାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, କୋଇଡ଼ା ତହସିଲଦାର ଡି.ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭଞ୍ଜପାଲି ଠାରେ କଳିକା କେନ୍ଦ୍ରର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଭଞ୍ଜପାଲି ସ୍ଥିତ କଳିକା କେନ୍ଦ୍ରର ଉଦଘାଟନ କରିଛନ୍ତି।
କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା ଏବଂ କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ, ପାନୀୟ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ଜଣେ ମା’ଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ। ଓଜନ କମ୍ ଥିବା ଶିଶୁଙ୍କୁ ଉପଯୁକ୍ତ ସେବା ଯତ୍ନ ଓ ପୋଷଣଯୁକ୍ତ ଖାଦ୍ୟ ଦେଇ ସେମାନଙ୍କର ଓଜନ ବୃଦ୍ଧି ଓ ସାମଗ୍ରିକ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସୋମବାର ଦିନ ଭଞ୍ଜପାଲି ସହିତ କୋଇଡ଼ା ବ୍ଲକର ସିଡିମ୍ବା, ଜଲଡିହି, ନୂଆଗାଁ, ହରିଶ୍ଚନ୍ଦ୍ରପୁର, ରେଙ୍ଗାଲବେଡ଼ା ପରି ୬ଟି କଳିକା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସେହିପରି ହେମଗିର ବ୍ଲକର ଗିରିସୀମା, ଝାରପଲମ ଓ ଲୁହାବହାଲ ଠାରେ ୩ଟି ଆମ କଳିକା କେନ୍ଦ୍ର ଉଦଘାଟିତ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳର ଶ୍ରମଜୀବୀ ପରିବାରର ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଉପଯୁକ୍ତ ସୁରକ୍ଷା, ସେବା ଯତ୍ନ ଓ ପୋଷଣ ମିଳିପାରିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୯୦ଟି କଳିକା କେନ୍ଦ୍ର ଖୋଲାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Sundargarh-Dist-Admin-Announces-675-Projects-for-Development-of-9-GPs-at-Koira-Block-2.jpeg)