ଚିତ୍ରଡ଼ା: ମୋରଡ଼ା ଥାନା ଅଧୀନ ଘୋଳମୁଁହା ପଞ୍ଚାୟତ ଠେଙ୍ଗାତାଣ୍ଡି ଗ୍ରାମର ମେଘରାୟ ମୁର୍ମୁଙ୍କ ପତ୍ନୀ ବିଜୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଏକ ଶିଶୁ ସନ୍ତାନ ଜନ୍ମ ଦେଇଥିଲେ। ତେବେ ପ୍ରସବର କିଛି ସମୟ ପରେ ରାତି ପ୍ରାୟ ୩ଟା ସମୟରେ ଉଭୟ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା।
ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ପାଇଁ ବ୍ୟାପକ ସରକାରୀ ଯୋଜନା ଥାଇ ବି ଜଣେ ପ୍ରସୂତି ଓ ଶିଶୁର ଶୋଚନୀୟ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜୟୀଙ୍କ ପାଖରେ ଆଶାକର୍ମୀ କିମ୍ବା ଜନନୀ ସୁରକ୍ଷା ୟୁନିଟ ପହଞ୍ଚି ଥିଲେ କି ନାହିଁ? ପରିବାର ଲୋକେ ପ୍ରସୂତିଙ୍କ ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇ ଥିଲେ କି ନାହିଁ ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ହାମ୍ବିରା ମୁର୍ମୁଙ୍କୁ ପଚାରିବାରୁ ଘଟଣା ବାବଦରେ ସେ ଅବଗତ ଅଛନ୍ତି। ଆଶାକର୍ମୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚି ଥିଲେ ବୋଲି ଜଣାପଡ଼ିଛି ଓ ଏନେଇ ତଦନ୍ତ ହେବ ବୋଲି କହିଛନ୍ତି। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/30-19.jpg)