ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଖଇରପୁଟ ବ୍ଲକର ମାଡକାପଦର ଗ୍ରାମରେ ୯୯ ବିଏସଏଫ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠତ ହୋଇଯାଇଛି। ଆଜି ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଥଇବା ବେଳେ ବିଏସଏଫ ତରଫରୁ ଏହାକୁ ଖୋଲା ଚ୍ୟାଲେଞ୍ଜ କରାଯାଇ ନକନ୍ସଲ ପ୍ରବଣ ଅଞ୍ଚଳରେ ଲୋକଙ୍କ ମନ ଜିଣିବାକୁ ସେମାନଙ୍କ ନିକଟରେ ହାଜିର ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଡମ୍ବରୁ ଶିଶା, ୱାର୍ଡ ମେମ୍ବର ଦୀନବନ୍ଧୁ ହନ୍ତାଳ ସମେତ ଆଖପାଖ ଗ୍ରାମର ୫୦୦ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗ ଦେଇଥିଲେ। ଏହି ଜନସମ୍ପର୍କ ଶିବିରେ ମାଡକାପଦର ସମେତ ମାଲିଗୁଡା, ଡାବଗୁଡା, କେନ୍ଦୁଗୁଡା ଭଳି ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ।ଆୟୋଜିତ ଏକ ସାଧାରଣ ସଭାରେ ବିଏସଏଫ ଲୋକଙ୍କୁ ଏହି ଅଞ୍ଚଳରେ ଯବାନଙ୍କ କାର୍ଯ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ କହିଥିଲେ। ନକ୍ସଲଙ୍କ ଏହି ଅଞ୍ଚଳରୁ ସମ୍ପୂର୍ଣ୍ଣ ବିତାଡିତ କରିବା ସହ ଏଠାରେ ଶାନ୍ତି ପ୍ରତିଷ୍ଠା କରିବା ବିଏସଏଫର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା।

Advertisment

publive-image Sambad

ଏଥିପାଇଁ ଏହି ଅଞ୍ଚଳର ଲୋକଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଥିଲା। ତେବେ ବିଏସଏଫ କେବଳ ଏହି ଅଞ୍ଚଳରେ ନକ୍ସଲ ଦମନ ପାଇଁ ଅବସ୍ଥାପିତ ହୋଇ ନାହାନ୍ତି, ବରଂ ଲୋକଙ୍କ ସହ ମିଳିମିଶି ବିକାଶକୁ ଆଗେଇ ନେବା ସହ ସାମାଜିକ କାମରେ ମଧ୍ୟ ନିୟୋଜିତ କରିବା। ଉପସ୍ଥିତ ମହିଳା ପୁରୁଷ ମାନଙ୍କୁ ଶାଢୀ, ଲୁଙ୍ଗି, କଂସାବାସନ ସମେତଦୈନନ୍ଦିନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ଯୁବ ଗୋଷ୍ଠୀଙ୍କୁ ଖେଳିବା ପାଇଁ କ୍ୟାରେମ ବୋର୍ଡ, ଭଲିବଲ, ଫୁଟବଲ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏଥିସହ ପିଲାମାନଙ୍କୁ ବହିପତ୍ର, ବ୍ୟାଗ, କଲମ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଇଥିଲା। ଲୋକେ ବିଏସଏଫର ଏଭଳି ଜନହିତକର କାର୍ଯ୍ୟ କରୁଥିବାରୁ ପସନ୍ଦ କରିବା ସହ ସେମାନଙ୍କୁ ଆଗକୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ। ନକ୍ସଲର ହାତ ଛାଡି ବିକାଶକୁ ଏହି ଅଞ୍ଚଳରେ ତରାନ୍ବିତ କରିବେ। ବିଏସଏଫ ଏହି ଅଞ୍ଚଳରେ ଅବସ୍ଥାପିତ ହେବା ଦିନରୁ ଏଠାରେ ଶାନ୍ତି ପ୍ରତିଷ୍ଠା ହୋଇଥିବା ଲୋକେ ସ୍ବୀକାର କରିଥିଲେ।