ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ଥିବା ଦେବାଳୟ ଗୁଡ଼ିକରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ୧୨ ନମ୍ବର ୱାଡରେ ଥିବା ମାଁ ମଙ୍ଗଳା ନଗର ଯୋଗକେନ୍ଦ୍ର ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସହ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ହୋମ ଓ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୀତାଭବନ ଯୋଗ କେନ୍ଦ୍ରର ସୀତାକାନ୍ତ ପଣ୍ଡା, ପ୍ରମୋଦ ସାହୁ, ମହେଶ୍ୱର ସ୍ୱାଇଁ, ଭୀମସେନ ପ୍ରଧାନ, ଯୋଗ ଶିକ୍ଷକ ଜ୍ୟୋତି ରଂଜନ ସାହୁ, ଯୋଗ ଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ, ମିନତୀ ସାହୁ, ତୃପ୍ତିମୟୀ ନନ୍ଦ, ଆଶାଲତା ବଳିଆରସିଂହ, ପ୍ରଭାତୀ ନନ୍ଦ, ସ୍ୱପ୍ନା ପଟ୍ଟନାୟକ, ରଶ୍ମୀରେଖା ମହାପାତ୍ର, କନକ ଜେନା, ମାନୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସେହିଭଳି ବାଜପୁର ଠାରେ ବିରାଜମାନ ଗୋପୀନାଥ ଦେବଙ୍କ ପୀଠରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ସଂକୀର୍ତନ, ଭଜନ ସମାରୋହ ଆଦି ଅନୁଷ୍ଠିତ ହୋଇଥିଲା। ମନ୍ଦିରର ଟ୍ରଷ୍ଟି ଗଙ୍ଗାଧର ସାହୁ, ଅକ୍ଷୟ କୁମାର ଦାଶ, ସୁରେଶ ଦାସ, ଶ୍ରୀନିବାସ ବେହେରା, ଚିତ୍ରସେନ ଜଗଦେବ, ଉମାକାନ୍ତ ପାହାଡ଼ ସିଂହ, ସଂଜୟ ଦଳେଇ, ଯୁଗଳ ପ୍ରଧାନ, ସୌରୀ ସାହୁ ପ୍ରମୁଖଙ୍କ ସହ ଗ୍ରାମର ଯୁବକ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଜପୁର ଓ ଆଖପାଖର ଗାଁର ଶତାଧିକ ଭକ୍ତ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର