ଭଦ୍ରକରେ ‘ଜନତା କର୍ଫ୍ୟୁ’: ଗାଁରୁ ସହର ସବୁ ଶୂନ୍‌ ଶାନ୍‌, ମେଡିକାଲ-ଔଷଧ ଦୋକାନ ଓ ଜରୁରୀକାଳୀନ ଅଫିସ୍‌ ଖୋଲା

ରେଳ-ବସ୍‌-ଅଟୋ-ଟ୍ୟାକ୍ସି ଚଳାଚଳ ବନ୍ଦ, ସନ୍ଧ୍ୟାରେ ଘଣ୍ଟ-ଶଙ୍ଖ ବଜାଇ ସମର୍ଥନ ଜଣାଇଲେ ଜନତା

ଭଦ୍ରକ: କରୋନା ଭାଇରସ ମୁକାବିଲା ପାଇଁ ସାରା ବିଶ୍ୱ ଏକଜୁଟ ହୋଇଛି। ଏଇ ଭାଇରସ୍‌ ପାଇଁ ଔଷଧ ବାହାରି ପାରି ନାହିଁ ନଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଜାରି କରିଛନ୍ତି। ସରକାରଙ୍କ ଡାକରାରେ ସାରା ଭାରତ ବର୍ଷରେ ଜନତା କର୍ଫ୍ୟୁ ପାଳନ ହୋଇଛି।

ସରକାରଙ୍କ ନିର୍ଦ୍ଦେଶରେ ଆଜି ସକାଳ ୭ଟାରୁ ରାତ୍ରୀ ୯ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା। ଏହାର ପ୍ରଭାବରେ ସାରା ଜିଲ୍ଲାରେ ଅଖ ଚକ ସବୁ ବନ୍ଦ ରହିଛି। ଭଦ୍ରକର ଚରମ୍ପା ରେଳ ଷ୍ଟେସନଠାରୁ ଆରମ୍ଭ କରି ଭଦ୍ରକର ନୂଆ ବସଷ୍ଟାଣ୍ଡ, ବନ୍ତଛକ ବସ୍‌ ଷ୍ଟାଣ୍ଡ, ବନ୍ତଛକ ଟ୍ରେକର ଷ୍ଟାଣ୍ଡ, ପାଇପାସସ୍ଥିତ ଟ୍ରେକର ଷ୍ଟାଣ୍ଡ, ବସ୍‌ ଷ୍ଟପ ସବୁଠି ଖାଁ ଖାଁ। ରେଳ ଚଳାଚଳ ବନ୍ଦ ରହିଥିବା ବେଳେ ଭଦ୍ରକର ଘରୋଇ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଜିଲ୍ଲାର ସମସ୍ତ ବସ୍‌ ଚଳାଚଳ ବନ୍ଦ କରି ଦେଇଥିଲେ। ସେହିପରି ଅଟୋ, କାର ଓ ଅନ୍ୟାନ୍ୟ ଗାଡି ମଟର ଚଳାଚଳ ଉପରେ ମଧ୍ୟ ରୋକ୍‌ ଲଗାଯାଇଥିଲା।

Photo by Harihara Nayak, Bhadrak

ଜନତା କର୍ଫ୍ୟୁ ଯୋଗୁଁ ଗାଁ ଠୁଁ ସହର ସବୁଠି ଜନତା କର୍ଫ୍ୟୁର ପ୍ରଭାବ ପରିଲକ୍ଷିତ ହୋଇଥିଲା। ଭଦ୍ରକ ସହରର ସମସ୍ତ ମାର୍କେଟ ବନ୍ଦ ରହିଥିଲା। ଜନଗଳିପୂର୍ଣ୍ଣ ଚକେରୀ ମାର୍କେଟ, ଫଳ ମାର୍କେଟ, ପନି ପରିବା ମାର୍କେଟ, ମାଛ ମାଛ ମାଂସ ମାର୍କେଟ ମଧ୍ୟ ଖାଁ ଖାଁ ରହିଥିଲା। ଗ୍ରୋସରୀ ଦୋକାନଗୁଡିକ ମଧ୍ୟ ବନ୍ଦ କରିଥିଲେ। ରାନ୍ଦିଆ ମାର୍କେଟ, ଉପରବାଗୁରାଇ, ବାଗୁରାଇ, ଜାନୁଗଂଜ, କଲେଜରୋଡ, ଜଗନ୍ନାଥପୁର, ଅସ୍ତଳ, ନୂଆବଜାର, ଓଟିରୋଡ, ତହସିଲରୋଡ, ଆରଡିଛକ, କୁଆଁଶ, ପୁରୁଣାବଜାର, ଚନ୍ଦନବଜାର, ବାଇପସ୍‌ , ଚରମ୍ପା, ରାଣୀତାଲଠାରେ ଥିବା ସମସ୍ତ ମାର୍କେଟ ବନ୍ଦ ରହିଥିଲା।

କେବଳ ମେଡିକାଲ, ଔଷଧ ଦୋକାନ ଓ ଜରୁରୀକାଳୀନ ସରକାରୀ କାର୍ଯ୍ୟାଳୟକୁ ଛାଡି ଦେଲେ ଆଉସବୁ ବନ୍ଦ ରହିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜିଲ୍ଲାର ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଦୋକାନ ବଜାର ବନ୍ଦନ କରାରଯାଇଥିଲା। ପନି ପରିବା, ଫଳ, ଗ୍ରୋସରୀ ଦୋକାନ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳ ମାର୍କେଟରେ ବନ୍ଦ ରହିଥିଲାଯ ଲୋକେ ସ୍ୱତଃ ପ୍ରବୃତ ଭାବେ ଏଇ ବନ୍ଦକୁ ସଫଳ କରିବାରେ ସହାୟତା କରିଥିଲେ। ଆଜି ଦିନ ତମାମ କେହି ଘରୁ ବାହାରି ନଥିବା ବେଳେ ନିଜ ନିଜ ଘରେ ରହିଥିଲେ। ଜିଲ୍ଲାରେ ଜନତା କର୍ଫ୍ୟୁକୁ କଡାକଡି ଭାବେ ପାଳନ କରିଥିଲେ। ସାରା ସହର ଜନ ଶୂନ୍ୟ ହୋଇଥିବା ବେଳେ ପ୍ରଶାସନ ଓ ପୁଲିସ ପକ୍ଷରୁ ସହର ଉପରେ ତୀକ୍ଷ୍ମଣ ନଜର ରଖାଯାଇଥିଲା।

ସମ୍ବନ୍ଧିତ ଖବର