କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରିଦଫା ଦାବିନେଇ ଗତକାଲି ସନ୍ଧ୍ୟା ୭ଟାରୁ ଶେଷ ଖବର ଲେଖାଯିବା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ପୁନଃର୍ବସତି ସ୍ଥଳ ସ୍ଥାପନ କରିବା, ଖଣିଦ୍ୱାରା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ଜମି ଅଧିଗ୍ରହଣ ଅନୁଯାୟୀ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋଇଲା ଖଣିରେ ନିଯୁକ୍ତି ପ୍ରଦାନ କରିବା। ସେହିପରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଜମି ହରାଇଥିବା ପ୍ରଜାଙ୍କୁ ପରିବାରରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଜମିପ୍ଲଟ ପ୍ରଦାନ କରିବା, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷତିଗ୍ରସ୍ତଲୋକଙ୍କୁ ଗୃହ, ଜମି ଓ ବିଭିନ୍ନ ଗଛର ପ୍ରାପ୍ୟ ବର୍ତ୍ତମାନ ବଜାରରେଟ ଅନୁଯାୟୀ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ଦାବି କରିଛନ୍ତି।
/sambad/media/post_attachments/wp-content/uploads/2021/01/3797ebe9-54fe-45da-b38a-67065171ffc8-1024x480.jpg)
ଖଣିଠାରୁ ଜରଡ଼ା ଗାଁକୁ ସଂଲଗ୍ନ କରୁଥିବା ୩ ଶହେ ମିଟର ପରିସରରେ ଥିବା ଜମିକୁ ଏମସିଏଲ କର୍ତ୍ତୃପକ୍ଷ ମେସିନ ଲଗାଇ ଗତକାଲି ସନ୍ଧ୍ୟାରେ ମାଟିକାଟୁ ଥିବାରୁ ଗ୍ରାମବାସୀମାନେ ଗତକାଲି ସନ୍ଧ୍ୟାଠାରୁ କାମକୁ ବନ୍ଦ କରିଦେଇଛନ୍ତି ବୋଲି ଜଣାପଡିଛି। ଏହାର ସମାଧାନ ନହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜରଡ଼ା ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଖବରପାଇ କଣିହାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/01/792ae388-4bfa-46f9-9d0c-4493af0cb538-1024x576.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/9c7a9b0f-065f-4064-9efd-3995100aa486.jpg)