ଭଦ୍ରକ: ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଚିଡିୟା ମାରପଦାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ପୁରୁଣାବଜାର ଥାନା ମିର୍ଜାପୁର ଚିଡିୟା ମାରପଦା ଅଞ୍ଚଳର ସେକ ମୈରାଜ ନାମଙ୍କ ଏକ ଘରେ ନକଲି ଜ଼ର୍ଦ୍ଦା ତିଆରି ଚାଲିଥିବା ଖବର ପୁଲିସ ଜାଣିବାକୁ ପାଇଥିଲା। ପୁରୁଣାବଜାର ପୁଲିସ ପକ୍ଷରୁ ଏକ ଟିମ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ଉ କରାଯିବା ସହ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନି ଡବା ଜବତ କରିଛି। ଆସାମୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଥିବାର ଜଣାପଡ଼ିଛି। ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୁଲ୍ୟ ଏକ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁରୁଣା ବଜାର ପୁଲିସ ସୂଚନା ଦେଇଛି।
ଭଦ୍ରକରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ
/sambad/media/post_attachments/wp-content/uploads/2022/05/IMG_20220529_171349.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)