ପାରିବାରିକ ଅଶାନ୍ତିରୁ ନିଜ ସର୍ଭିସ ରାଇଫଲରେ ଆତ୍ମହତ୍ୟା କଲେ ଆଇଟିବିପିର ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ଅନ୍ତର୍ଗତ କେଶକାଲ ବ୍ଲକରେ ୨୯ ଆଟିବିପି ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପରିବାରରେ ଗଣ୍ଡଗୋଳ ବୋଲି ଜଣାପଡିଛି। ଘଟଣା ଅନୁଯାୟୀ ଆରନ୍ଦବେଡା ଥାନରେ ଆଇଟିବିପିର ଏକ କ୍ୟାମ୍ପ ରହିଛି। ଏହି କ୍ୟାମ୍ପର ଯବାନମାନେ ଆଜି ସକାଳେ କୁମ୍ବିଂ କରିବାକୁ ସ୍ଥାନୀୟ ଜଂଗଲରେ ପଶିଥିଲେ।

ତେବେ ନିଜ ରାଇଫଲରେ ଜଣେ ଯବାନ ନିଜ ଉପରେ ଗୁଳି କରି ଆତ୍ମହତ୍ୟା କରିଥିଲେ। ଯବାନ ଜଣକ ହେଲେ ମୋନୁ ସିଂ। ମୋନୁ ଉତ୍ତର ପ୍ରଦେଶର ସହାରମନପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଘଟଣାସ୍ଥଳରେ ହିଁ ମୋନୁର ମୃତ୍ୟୁ ହୋଇଥିବା ଏସପି ସିଦ୍ଧାର୍ଥ ତିଓ୍ୱାରୀ ପ୍ରକାଶ କରିଛନ୍ତି। ଯବାନଙ୍କ ପାର୍ଥୀବ ଶରୀରକୁ ଜଂଗଲରୁ ଉଦ୍ଧାର କରାଯାଇ ଜିଲ୍ଲା ହସପିଟାଲକୁ ଅଣାଯାଇଛି। ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର