ବ୍ରଜରାଜନଗର: ପଡୋଶୀ ଛତିଶଗଡ଼ର ମାଓ ଅଧ୍ୟୁଷିତ ସୁକୁମାରେ ମୁତୟନ ଜଣେ ଓଡ଼ିଆ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯବାନ ହେଲେ କମଳାକାନ୍ତ ରୋହିଦାସ (୨୮)। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ସାଇବିହାର ଛକ ନିକଟରେ । ସେ ୨୦୧୭ରେ ସିଆରପିଏଫ୍‌ରେ ଯବାନ ଭାବେ ଯୋଗଦେଇଥିଲେ। ଛତିଶଗଡ଼ ସୁକୁମାରେ ସିଆରପିଏଫ୍‌ ୨୨୩ ବାଟାଲିୟନରେ କାର୍ଯ୍ୟରତ ଥିବା ସମୟରେ କମଳାକାନ୍ତ ଗତକାଲି ମଧ୍ୟରାତ୍ରରେ ନିଜ ରାଇଫଲରେ ଗୁଳିମାରି ଆତ୍ମହତ୍ୟା କରିଥିଲେ।

Advertisment

ଆଜି ଏକ ସିଆରପିଏଫ୍ ପକ୍ଷରୁ ଏକ  ସ୍ୱତନ୍ତ୍ର ହେଲିକ୍ୟାପ୍ଟଟରେ ତାଙ୍କ ମରଶରୀର ଝରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଅଣାଯିବା ପରେ ବ୍ରଜରାଜନଗରକୁ ଅଣାଯାଇଥିଲା। ସେଠାରେ ନିଜ ଘରେ କମଳାକାନ୍ତଙ୍କ ପାର୍ଥିବଶରୀର କିଛି ସମୟ ରଖି ପରିବାର ଲୋକଙ୍କୁ ଦେଖାଇ ଶେଷକୃତ୍ୟ ପାଇଁ ଇବ୍‌ ନଦୀ ଘାଟକୁ ନିଆଯାଇଥିଲା।

publive-image

ଅନ୍ତିମ ସଂସ୍କାର ସମୟରେ ଇବ୍‌ ନଦୀଘାଟରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏଥିପାଇଁ ସୁକୁମାରୁ ଆସିଥିବା ସ୍ୱତନ୍ତ୍ର ଯବାନମାନେ ସଲାମି ଦେଇଥିଲେ। ବ୍ରଜରାଜନଗର ଥାନା  ଆଇଆଇସି ନଳିତା ମୋଦୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।