ବୌଦ୍ଧ: ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ନିକଟରେ ଥିବା ପଞ୍ଚମ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କର ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗାଁର ସରୋଜ କୁମାର ମାଝୀ। ସରୋଜ ଏହି ଗାଁର ବନ୍ଧୁଆ ମାଝୀଙ୍କ ଜ୍ୟେଷ୍ଠ ପୁତ୍ର।
ଗତକାଲି ରାତିରେ ଡ୍ୟୁଟିରୁ ଫେରିଥିଲେ। ରାତି ସମୟରେ ବସ ପଛକୁ କରିବାବେଳେ ସେ ଗାଡ଼ି ପଛରେ କୌଣସି କାରଣରୁ ଠିଆ ହୋଇଥିଲେ। ଏହି ସମୟରେ ତାଙ୍କ ସହ ବସ ଧକ୍କା ହୋଇଥିଲେ। ସହକର୍ମୀ ତାଙ୍କୁ ତୁରନ୍ତ ବୌଦ୍ଧ ଡାକ୍ତରଖାନା ଓ ସେଠାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସନ୍ଧ୍ୟା ସୁଦ୍ଧା ମୃତ ଯବାନଙ୍କ ଶରୀରର ପୈତୃକ ଗ୍ରାମରେ ପହଞ୍ଚି ନଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)