ମାଲକାନଗିରି: ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପ୍ରେସର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ପାଖୁଲନାଡ ଠାରେ ପୋଲ କାମ ଚାଲିଥିବା ବେଳେ ଏହାର ସୁରକ୍ଷା ଦେବା ପାଇଁ ବିଏସଏଫ ବାଟାଲିୟନ ୨୨ର ଯବାନମାନେ କମ୍ବିଂ କରୁଥିଲେ। ତେବେ ପାଖୁଲନାଡ ଜଂଗଲରେ ଯବାନମାନେ ପଶି ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଯବାନଙ୍କ ପାଦ ପ୍ରେସର ବୋମା ଉପରେ ପଡିଯାଇଥିଲା। ଯବାନ ଯେତେବେଳେ ପ୍ରେସର ବୋମାରୁ ଗୋଡ ହଟାଇଛନ୍ତି ସେହି ବୋମା ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଯବାନ ଜଣକ ଗୁରୁତର ହୋଇଥିଲେ। ତୁରନ୍ତ ଆହତ ଯବାନଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଂକୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁବରଣ କରିଥିବା ଯବାନ ଜଣକ ହେଲେ ମଧ୍ୟପ୍ରଦେଶର ଲକ୍ଷ୍ମୀକାନ୍ତ ଦ୍ବିବେଦୀ। ଏହି ଅଂଚଳକୁ ଯବାନ ଘେରି ଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ପୁଲିସ କହିଛି।
ସୀମାନ୍ତରେ ପ୍ରେସର ବୋମା ବିସ୍ପୋରଣ, ଜଣେ ଯବାନ ସହିଦ
/sambad/media/post_attachments/wp-content/uploads/2021/03/Mkg-landmine-blast-3-jawan-saheed-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)