ସମ୍ବଲପୁର: ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକ ଚେତନା ଜାଗରଣ ଜରୁରୀ। ସମାଜରେ ସଂସ୍କାର ଆଣିବା ପାଇଁ ଯୁବପିଢୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଆଣିବାକୁ ହେବ। ଭଗବାନ ସମସ୍ତଙ୍କୁ ସମାନ ଦେଖିଛନ୍ତି। ଯିଏ ଯେଉଁ କର୍ମ କରିବ, ସେହି ଫଳ ପାଇବ। କର୍ମ ଅନୁସାରେ ଆମେ ଆଗକୁ ଯାତ୍ରା କରିଥାଉ। ଏଣୁ ସବୁ ସମୟରେ ସତଧର୍ମରେ ଯିବାକୁ ବ୍ରତି ହେବାକୁ ଶେଷ ଦିନରେ ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀଜୀ କହିଛନ୍ତି।

Advertisment

ଆହୁରି ସେ କହିଥିଲେ, ସମାଜସେବା ହିଁ ସବୁଠୁ ବଡ ଧର୍ମ। ଆମେ ଅନ୍ୟ ମୁହଁରେ ହସ ଫୁଟାଇ ପାରିଲେ ଖୁସିରେ ରହିବା। ମାରୱାଡି ଯୁବା ମଂଚ ସମାଜ ସୁଧାର ଓ ସଂସ୍କାର ପାଇଁ ଯେଉଁ ପଦକ୍ଷେପ ନେଉଛି ତାହା ପ୍ରଶଂସନୀୟ ବୋଲି ସେ କହିଥିଲେ। ଶେଷ ଦିନର ପ୍ରବଚନ କାର୍ଯ୍ୟକ୍ରମରେ ଜୟା କିଶୋରୀଜୀ ଶ୍ରୀକୃଷ୍ଣ ଅନନ୍ୟ ଚରିତ୍ର, କୃଷ୍ଣ–ସୁଦାମା ଚରିତ୍ର, ୨୪ ଗୁରୁଓଁ କି କଥା, ରାଜା ପରିକ୍ଷୀତ କା ମୋକ୍ଷ ସଂପର୍କରେ ନିଜ ପ୍ରଚନ ରଖିଥିଲେ। ହଜାର ସଂଖ୍ୟାରେ ଶ୍ରୋତା ଯୋଗଦେଇଥିଲେ।