ଭିଜିଲାନ୍‌ସ ଜାଲରେ ଶ୍ରମ ନୀରିକ୍ଷକ; ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରାଞ୍ଚଳ ଶ୍ରମନୀରିକ୍ଷକ ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।

ସୂଚନାଯୋଗ୍ୟ, ଭବାନୀପାଟଣା ସହରାଞ୍ଚଳ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଖଲିକୋଟର ଶ୍ରମିକ ଠିକାଦାର ଡାକ୍ତର ତରାଇଙ୍କୁ ଲାଇସେନ୍‌ସ ନବୀକରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଡାକ୍ତର ତରାଇ କଳାହାଣ୍ଡି ଭିଜିଲାନ୍‌ସକୁ ସୂଚନା ଦେଇଥିଲେ। ଏହାପରେ ଆଜି ୩୦ ହଜାର ରଙ୍ଗବୋଳା ଟଙ୍କା ନେଇ ଡାକ୍ତର ତରାଇ ଜୟନ୍ତ କୁମାର ପଣ୍ଡାଙ୍କୁ ଦେଇଥିଲେ ।

ପୂର୍ବରୁ କଳାହାଣ୍ଡି ଭିଜିଲାନ୍‌ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍‌ସ ଟିମ ଛକି ରହିଥିଲା। ଟଙ୍କା ନେଲାବେଳେ ଚଢାଉ କରି ରଙ୍ଗାବୋଳା ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍‌ସ ପକ୍ଷରୁ ଅଭିଯୁକ୍ତ ଜୟନ୍ତ କୁମାର ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜୟନ୍ତଙ୍କ କଳାହାଣ୍ଡି ଭବାନୀପାଟଣା ସହରସ୍ଥିତ ଭଡା ଘର ଓ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ମଧ୍ୟ ଚଢଉ ହୋଇଥିବା ଭିଜିଲାନ୍‌ସ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର