ମା’ କଟକଚଣ୍ଡୀଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା, ଓଡ଼ିଶା ଆସି ଭଲ ଲାଗିଲା: ଜୟାପ୍ରଦା

କଟକ: ମା’ କଟକଚଣ୍ଡୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି। ଓଡ଼ିଶା ଆସି ଭଲ ଲାଗିଛି ବୋଲି ରାଜ୍ୟସଭାର ପୂର୍ବତନ ସାଂସଦ ତଥା ୭୦-୮୦ ଦଶକର ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଜୟାପ୍ରଦା ବୁଧବାର ଏହା କହିଛନ୍ତି। ଅଭିନେତ୍ରୀ ଜୟା ଆଜି ସନ୍ଧ୍ୟାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ନବରାତ୍ର ଅବସରରେ ସେ ମା’ କଟକ ଚଣ୍ଡୀଙ୍କ ଦର୍ଶନ ପରେ ପୂଜାର୍ଚ୍ଚନା କରିଛନ୍ତି। ଏଥି ସହିତ ସେ ସମସ୍ତଙ୍କୁ ନବରାତ୍ରର ଶୁଭେଛା ମଧ୍ୟ ଜଣେଇଛନ୍ତି। ଜୟାପ୍ରଦାଙ୍କ କଟକଚଣ୍ଡୀ ମନ୍ଦିର ପରିଦର୍ଶନ ଅବସରରେ ସୁବ୍ୟବସ୍ଥା କରାଯାଇଥିଲା।

ଜୟାପ୍ରଦା ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ କନକ ନ୍ୟୁଜର ୱମେନ କନକ୍ଲେଭ ଅନନ୍ୟା-୨୦୨୩ରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କଟକ ଆସି ମା’ କଟକଚଣ୍ଡୀଙ୍କ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦୀର୍ଘ ବର୍ଷର ବ୍ୟବଧାନରେ ଓଡିଶା ଆସି ବହୁତ୍ ଭଲ ଲାଗୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର