ବାଲିଅନ୍ତା: ଆସନ୍ତା ୧୫ ତାରିଖରେ ପବିତ୍ର ଜୟଦେବ ଜୟନ୍ତୀ ଅବସରରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଦଶାବତାର ମଠରେ ମହାନ କବି ଶ୍ରୀ ଜୟଦେବଙ୍କର ଏକ ପ୍ରସ୍ତର ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସଂପାଦକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ଜଣାଇଛନ୍ତି। ସେଠାରେ ଜୟଦେବଙ୍କ କଳା ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ନାଗରିକ ପରିଷଦ ପ୍ରତିମୂର୍ତ୍ତି ବସାଇବ।
ଏନେଇ ଆଜି ଟ୍ରଷ୍ଟର ସଂପାଦକ ଶ୍ରୀ ତ୍ରିପାଠୀ ଖଣ୍ଡଗିରି ଜୟଦେବ ଭାଟିକା ସ୍ଥିତ ଭଞ୍ଜ ଆର୍ଟ୍ସରୁ ପ୍ରତିମୂର୍ତ୍ତି ପରିଷଦକୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ନାଗରିକ ପରିଷଦର ଜଟାଧାରୀ ମିଶ୍ର, ଚିତ୍ତରଞ୍ଜନ ମିଶ୍ର ଏବଂ ସୁରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମାର୍ବଲରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୪ ଫୁଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jai.jpeg)