୭ଟି ଜିଲ୍ଲାର ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଜୟଦେବ ବିଧାୟକ

ବାଲିଅନ୍ତା: କୃଷି ସମବାୟ ସମିତି ଦ୍ବାରା ପରିଚାଳିତ ଧାନମଣ୍ଡିର ସୁପରିଚାଳନା ପାଇଁ ସରକାରୀ ସ୍ତରରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ମଣ୍ଡିରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ଏବଂ ସମସ୍ୟାର ସମାଧାନ ପାଇଁ ଗତ ୧୧ ତାରିଖରେ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ନୂଆ ନିୟମ ଆଧାରରେ ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିରେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲିଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଣିକି ଡଃ. ଢାଲି ୭ଟି ଜିଲ୍ଲାରେ ବିଭିନ୍ନ କୃଷି ସମବାୟ ସମିତ ପରିଦର୍ଶନ କରି ଧାନମଣ୍ଡି ପରିଚାଳନା କାର୍ଯ୍ୟ ତଦାରଖ କରିବେ।

ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ପରିଚାଳନା ଦାୟିତ୍ବରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଏବଂ କନ୍ଧମାଳ ଜିଲ୍ଲା ଧାନମଣ୍ଡି ତଦାରଖ କାର୍ଯ୍ୟ ବିଧାୟକ କରିବେ। ତେଣୁ ଚାଷୀ ମାନେ ମଣ୍ଡିରେ ସମ୍ମୁଖୀନ ହେଉଥିବା ଯେ କୌଣସି ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ସହ ଏନେଇ ସିଧାସଳଖ ଯୋଗାଯାଗ କରି ଅଭିଯୋଗ ଜଣାଇପାରିବେ।

ସମ୍ବନ୍ଧିତ ଖବର