କଳା ଓ କଳାକାରର ମାଟି ଜୟପୁର

ଜୟପୁର: କଳା ଓ କଳାକାରର ମାଟି ଜୟପୁର। ଏହି ମାଟିର କଳାକାରଙ୍କୁ ରାଜ୍ୟସ୍ତରରେ ମଂଚ ପ୍ରଦାନ କରି ସେମାନଙ୍କ ମଧ୍ୟରେ ରହିଥିବା କଳାକୁ ପରିସ୍ପୁଟିତ କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି କଳା ଓ କଳାକାର ଜୟପୁର ଓ ମୁଡ୍ ସ୍ବିଙ୍ଗ ଓଡିଶା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଡ୍ ସ୍ବିଙ୍ଗ ଓଡିଶା ୟୁଟୁଭ୍ ଚାନେଲର ପ୍ରତିଷ୍ଠାତା ନିହାର ରଂଜନ ଆଚାର୍ଯ୍ୟ। ଗତ ୨୦୨୦ ସେପଟମ୍ବର ୪ରେ ଏହି ଚାନେଲ ଆରମ୍ଭ କରାଯାଇଛି। ଏବେ ପର୍ଯ୍ୟନ୍ତ ୧୬ ଟି ଆଧୁନିକ ଗୀତ ଓ ୨ ଟି ଭଜନ ରିଲିଜ ହୋଇସାରିଛି। ସ୍ବଳ୍ପ ଦିନ ମଧ୍ୟରେ ୨ଟି ରୋମାଣ୍ଟିକ ସିରିଜ ୰୩୯; କଇଁ ଝୁରେ ଜହ୍ନକୁ ୰୩୯; ଓ ୰୩୯; ଜହ୍ନଠୁ ଲାଜେଇ ସେ ଝିଅ ୰୩୯; ରିଲିଜ କରିବ। ସେଭଳି ଆସନ୍ତା ମଦରସ୍ ଡେରେ ମା୰୩୯; ଙ୍କ ତ୍ୟାଗ ଉପରେ ବର୍ଣିତ ଗୀତଟିଏ ରିଲିଜ କରିବ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ। ଏହି ଗୀତ ମାନଙ୍କର ଗୀତିକାର ଓ ସଙ୍ଗୀତ, ଏବଂ ସଂଯୋଜନା ସବୁ ସେ ନିଜେ କରୁଥିବା ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଅକ୍ଟୋବର ୪ରେ ତାଙ୍କ ପ୍ରଥମ ରୋମାଣ୍ଟିକ ସିରିଜ ପ୍ରିୟା ମୋର ମୁକ୍ତିଲାଭ ହୋଇଥିଲା। ବିଭିନ୍ନ ଆଲବମରେ କଣ୍ଠଶିଳ୍ପୀ ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ, ଦେବେନ୍ଦ୍ର ଅଧିକାରୀ, ଯୋଗେନ୍ଦ୍ର ମହାପାତ୍ର, ସୁଶ୍ରୀ ଅନୁରାଧା ପାଣିଗ୍ରାହୀ, ପ୍ରୀତିନନ୍ଦା ରାଉତରାୟ, ଦୀପ୍ତିମାନ ଷଡଙ୍ଗୀ, ସନାତନ ପୁରୋହିତ ଦାସ, ନିହାର ରଂଜନ ଆଚାର୍ଯ୍ୟ ପ୍ରମୁଖ କଣ୍ଠଦାନ କରି ସାରିଛନ୍ତି । ସେ ଜୟପୁରରୁ ବିଶିଷ୍ଟ ଗାୟକ ଦେବେନ୍ଦ୍ର ଅଧିକାରୀ, ଯୋଗେନ୍ଦ୍ର ମହାପାତ୍ର, ସନାତନ ପୁରୋହିତ ଦାସ ଓ ରାୟଗଡାରୁ ସୁଶ୍ରୀ ଅନୁରାଧା

ସମ୍ବନ୍ଧିତ ଖବର