ରାଜ୍ୟପାଳଙ୍କୁ ଭେଟିଲେ ତାରା, ବିକ୍ରମଦେବ ମହାବିଦ୍ୟାଳୟ ୭୫ବର୍ଷ ପୁର୍ତ୍ତି ଉତ୍ସବର ଅତିଥି ପାଇଁ ‌କଲେ ନିମନ୍ତ୍ରଣ

ଜୟପୁର: ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ଆସନ୍ତା ଡିସେମ୍ବର ୯, ୧୦ ଓ ୧୧ତାରିଖ ଦିନ ଅନୁଷ୍ଠିତ ହେବ। ଏହି ଉଦଯାପନୀ ଉତ୍ସବରେ ରାଜ୍ୟପାଳଙ୍କୁ ଦିନକ ପାଇଁ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବା କହିଛନ୍ତି ବିଧାୟକ। ଏହାସହ ସେ କ‌ୋରାପୁଟ ଜିଲ୍ଲାର ସୀମା ବିବାଦ, କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଏବଂ ଦାଦାଗିରୀ ସମ୍ପର୍କରେ ଆଲୋଚନା କରିଥିଲେ।

କୋରାପୁଟ ଜିଲ୍ଲାର ବିଭିନ୍ନ ସମସ୍ୟା ଏବଂ ବିକାଶ ସହ ରାଜ୍ୟର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ଭୁଲଭଟକା ଏବଂ ଦୁନିର୍ତୀ ସମ୍ପର୍କରେ ରାଜ୍ୟପାଳଙ୍କ ସହ ବିଧାୟକ ବାହିନୀପତି ଆଲୋଚନା କରିଥିବା କହିଛନ୍ତି। ରାଜ୍ୟପାଳ ତାଙ୍କ ଅନୁରୋଧକୁ ରକ୍ଷା କରି ଡିସେମ୍ବରରେ ହେବାକୁ ଥିବା ପୂର୍ତ୍ତି ଉତ୍ସବରେ ଅତିଥି ହେବା ପାଇଁ ସହମତି ପ୍ରକାଶ କରିଥିବା କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର