ସଂପର୍କୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତ ନିର୍ଦ୍ଦେଶରେ ଖଲାସ

ଜୟପୁର: ଗତ ୨୦୧୫ ମସିହା ଜୁନ ୫ ତାରିଖ ଦିନ କୋଟପାଡ଼ ଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ତାଙ୍କ ସଂପର୍କୀୟ କୁନ୍ଦ୍ରାଥାନା ଅର୍ନ୍ତଗତ କେନ୍ଦୁଗୁଡା ଗ୍ରାମର ଅଭିଯୁକ୍ତ ସୁରଜ ନାୟକ ନିଜ ଗ୍ରାମକୁ ନେଇକି ଯାଇଥିଲେ। ସେଠାରେ ନାବାଳିକାଙ୍କ ଇଛା ବିରୋଧରେ ଡ଼ରାଇ ଧମକାଇ ଦୁଷ୍କର୍ମ କରିଥିଲେ। ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଣକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ମାନ୍ୟବର ପୋକ୍ସ କୋର୍ଟର ସ୍ବତନ୍ତ୍ର ଅତିରିକ୍ତ ଜଜ୍‌ ରାଜେଶ ନାୟର।

ସୂଚନାଅନୁଯାୟୀ, ଅଭିଯୁକ୍ତ ସୁରଜ ନାୟକ ନିଜ ସଂପର୍କୀୟଙ୍କୁ ନିଜ ଘରକୁ ବୁଲାଇ ଆଣିବାକୁ ସାଙ୍ଗରେ ନେଇଥିଲେ। ସେଠାକୁ ନେବା ପରେ ନାବାଳିକାଙ୍କୁ ତାଙ୍କ ଇଛା ବିରୋଧରେ ଡ଼ରାଇ, ଧମକାଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବାକୁ ନେଇ ନାବାଳିକା ଓ ତାଙ୍କ ପରିବାର ପକ୍ଷରୁ ୨୧ ତାରିଖ ଦିନ କୋଟପାଡ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ ୧୯ଜଣ ସାକ୍ଷ୍ୟ ଦେଇଥିଲେ। ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ଆଜି ମାନ୍ୟବର କୋର୍ଟ ଅଭିଯୁକ୍ତକୁ ନିର୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରାଜକିଶୋର ପାତ୍ର, ପିଣ୍ଟୁ ମାଝୀ, ଉମାକାନ୍ତ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର