ସେପ୍ଟେମ୍ବର ୧ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ

ଖୋର୍ଦ୍ଧା: ଦୀର୍ଘ ପାଞ୍ଚ ମାସର ବ୍ୟବଧାନ ପରେ ଖୋର୍ଦ୍ଧାର ଅନ୍ୟତମ ବୃହତ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା, ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ଓ କଟକଣା କୋହଳ ହେବାରୁ ଆସନ୍ତା ୧ ତାରିଖରୁ ଖୋଲିବ ବୋଲି ସ୍ମୃତି ଉଦ୍ୟାନର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଜାନକୀ ବଲ୍ଲଭ ସ୍ମୃତି ଟ୍ରଷ୍ଟର ସମ୍ପାଦକ ସଂଜୟ ପଟ୍ଟନାୟକ ଏନେଇ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ୧ ତାରିଖଠାରୁ ଉଦ୍ୟାନ ସକାଳ ସାଢ଼େ ୫ଟାରୁ ୮ଟା ଓ ଅପରାହ୍ଣ ୪ଟାରୁ ରାତି ୯ ଟା ଯାଏଁ ଖୋଲା ରହିବ । ଯେଉଁମାନେ ଉଦ୍ୟାନରେ ପ୍ରବେଶ କରିବେ ସେମାନେ ସରକାରଙ୍କ କୋଭିଡ ନିୟମାନୁସାରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବେ ।

ବିନା ମାସ୍କରେ ଉଦ୍ୟାନ ମଧ୍ୟକୁ ପ୍ରବେଶର ଅନୁମତି ମିଳିବ ନାହିଁ । ସେହିଭଳି ଆଗନ୍ତୁକମାନେ ଉଦ୍ୟାନ ପରିସରରେ ଆବର୍ଜନା ଆଦି ପକାଇବେ ନାହିଁ କିମ୍ବା ଖାଦ୍ୟ ସାମଗ୍ରୀ ଓ ପାନୀୟ ଆଦି ନେଇ ଆସିବେ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର