ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଁଗାଁରେ ସୋମବାର ଏକ ଜେସିବି ମେସିନ ଚାପାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ କନ୍ୟାର ନାମ ପିପିଲି ନାଏକ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପାଇପଲାଇନ ବିଛା ଯିବା ପାଇଁ ଏକ ଜେସିବି ମେସିନ ଗାଁରେ କାମ କରୁଥିଲା । ସେହି ସମୟରେ ସେଠାରେ ପଞ୍ଚୁ ନାଏକଙ୍କ ୩ବର୍ଷର ଝିଅ ପିପିଲି  ଖେଳୁଥିଲା। ଜେସିବି ମେସିନ ମାଟି ଖୋଳି ଖୋଳି ଯାଉଥିବା ବେଳେ ପିପିଲି  ସେଠାରେ ଖେଳୁଥିବା କଥା ଅପରେଟର ଜାଣି ପାରି ନ ଥିଲେ ।

ଫଳରେ ପଛକୁ ଯିବା ସମୟରେ ମେସିନଟି ଶିଶୁକନ୍ୟା ଉପରେ ମାଡି ଯାଇଥିଲା । ଶିଶୁ କନ୍ୟାଟି ୩ବର୍ଷର ହୋଇଥିବା ହେତୁ ଜେସିବି ତା’ ଆଡକୁ ମାଡି ଆସୁଥିବା କଥା ସେ ଜାଣି ପାରି ନଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁକନ୍ୟା ପିପିଲିର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଗ୍ରାମବାସୀ ଜେସିବି ମେସିନ ଓ ଚାଳକକୁ ଅଟକ ରଖିବା ସହ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଝିଅକୁ ହରାଇବା ପରେ ପିପିଲିଙ୍କ ପରିବାରରେ ଶୋକରଛାୟା ଖେଳି ଯାଇଛି।